Report Card Odisha

| Daily Odia News

ଆମେରିକା ଉପରେ ବର୍ଷିଲା ଚାଇନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁପ୍ତଚର ବେଲୁନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୁଇ ଦେଶ ମଧ୍ୟରେ ଥିବା ଏହି ତିକ୍ତତା ବର୍ତ୍ତମାନ ଶତ୍ରୁତା ଆଡ଼କୁ ଗତି କରୁଛି। ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ତାଙ୍କର ଏକ ଭାଷଣରେ ଆମେରିକାକୁ ସମାଲୋଚନା କରିଛନ୍ତି। ଚାଇନା ରାଷ୍ଟ୍ରପତି କହିଛନ୍ତି, ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଆମକୁ ଘେରି ରହିବାକୁ ଚେଷ୍ଟା କରୁଛନ୍ତି। ଏହା ଚାଇନା ବିକାଶ ପାଇଁ ଅଦୃଶ୍ୟ ଆହ୍ବାନ ସୃଷ୍ଟି କରିଛି। ଚାଇନାର ମୁଖ୍ୟ ରାଜନୈତିକ ପରାମର୍ଶଦାତା କମିଟି ବୈଠକରେ ସି ଜିନପିଙ୍ଗ କହିଛନ୍ତି। ଏ ପର୍ଯ୍ୟନ୍ତ ଚାଇନା ରାଷ୍ଟ୍ରପତି ତାଙ୍କ ବିବୃତିରେ ଆମେରିକା ଉପରେ ପ୍ରତ୍ୟକ୍ଷ ଟାର୍ଗେଟ୍‌ଠରୁ ଦୂରେଇ ରହିଥିଲେ କିନ୍ତୁ ଶେଷ ଭାଷଣରେ ସେ ଆମେରିକାକୁ ସିଧାସଳଖ ସମାଲୋଚନା କରିଛନ୍ତି। ଜିନ୍‌ପିଙ୍ଗ କହିଛନ୍ତି, ଗତ ପାଞ୍ଚବର୍ଷ ଧରି ଆମେରିକା ଚାଇନାର ବିକାଶକୁ ଦମନ କରିବାକୁ ତଥା ବାଧାଦେବାକୁ ଚେଷ୍ଟା କରୁଛି।

Breaking News