ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଗତ ପ୍ରାୟ ମାସେ ହେଲା ସାଧାରଣରେ ଦେଖିବାକୁ ମିଳିନାହାନ୍ତି। ଶେଷଥର ପାଇଁ ଗତମାସ ୨୫ ତାରିଖରେ ତାଙ୍କୁ ଏକ ବୈଠକରେ ଦେଖାଯାଇଥିଲା। ଚଳିତମାସ ୧୩ ଓ ୧୪ ତାରିଖରେ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଆସିଆନ ବିଦେଶ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କିନ୍ତୁ ସେ ଯୋଗ ଦେଇ ନଥିଲେ। ତାଙ୍କ ସ୍ଥାନରେ ପୂର୍ବତନ ବିଦେଶ ମନ୍ତ୍ରୀ ଚୀନର ପ୍ରତିନିଧିତ୍ବ କରିଥିଲେ। ବିଦେଶ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା କାରଣରୁ ସେ ଆସି ନଥିବା ଅଧିକାରୀଙ୍କ ସୂତ୍ରରୁ ସୂଚନା ଦିଆଯାଇଥିଲା। କିନ୍ତୁ ଲୋକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। କିଛି ଲୋକ ଚର୍ଚ୍ଚା କରୁଛନ୍ତି ଯେ ସେ ଜଣେ ଜଣାଶୁଣା ଟିଭି ଉପସ୍ଥାପିକାଙ୍କ ପ୍ରେମରେ ବିଦେଶ ମନ୍ତ୍ରୀ ପଡ଼ିଛନ୍ତି।






More Stories
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….