ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ-କାନାଡ଼ା ବିବାଦରେ ଚୀନ୍ ଭାରତକୁ ସମର୍ଥନ କରିଛି | କାନାଡ଼ାର ଭାରତ ବିରୋଧୀ ଅଭିଯୋଗରେ ଏବେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନଙ୍କର ମୁଖା ଖୋଲିଛନ୍ତି | ସେମାନେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା କାନାଡ଼ା ବିରୋଧରେ କୌଣସି ବୟାନ ଦେଉନାହାନ୍ତି ବୋଲି ଚୀନ୍ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ରେ କୁହାଯାଇଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ କେବଳ ମାନବାଧିକାର ସୁରକ୍ଷାର ନାଟକ କରୁଛନ୍ତି ଏବଂ ଭାରତଠାରୁ ଫାଇଦା ହାସଲ ପ୍ରୟାସରେ ରହିଛନ୍ତି ବୋଲି ଚୀନ୍ କହିଛି। ଭାରତରେ ମାନବାଧିକାର ଉଲ୍ଲଂଘନର କଥା କହୁଥିବା ଆମେରିକା ନିଜ ରାଷ୍ଟ୍ରର ଦୟନୀୟ ମାନବାଧିକାର ସ୍ଥିତି ନେଇ କାହିଁକି ଚୁପ୍ ରହିଛି ବୋଲି ଗ୍ଲୋବାଲ୍ ଟାଇମ୍ସରେ ପ୍ରଶ୍ନ କରାଯାଇଛି। କାନାଡ଼ାରେ ଭାରତ ବିରୋଧୀ ଖଲିସ୍ତାନୀଙ୍କ ଆନ୍ଦୋଳନ ଓ ଏହାର କାୟାବିସ୍ତାର ନେଇ ପଶ୍ଚିମ ରାଷ୍ଟ୍ରମାନେ ନିରବ ରହିବା ପଛରେ ସେମାନଙ୍କ ସଂକୀର୍ଣ୍ଣ ସ୍ବାର୍ଥ ରହିଛି ଏବଂ ସେମାନେ ଅନ୍ୟକୁ କେବଳ ଆକ୍ଷେପ କରିବା ଜାଣନ୍ତି ବୋଲି ଚୀନ୍ର ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……