Report Card Odisha

| Daily Odia News

ଭାରତ ମହାସାଗରରେ ବୁଡ଼ିଲା ବୋଟ୍‌, ୩୯ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ମହାସାଗରରେ ଚଳାଚଳ କରୁଥିବା ଚୀନ୍‌ର ଗୋଟାଏ ମାଛମରା ବୋଟ୍‌ ବୁଡ଼ିଯିବାରୁ ସେଥିରେ ଥିବା ୩୯ଜଣ ନାବିକ ନିଖୋଜ ହୋଇଯାଇଥିବା କଥା ସେଠାକାର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ଉକ୍ତ ବୋଟ୍‌ ବୁଡ଼ିଯାଇଥିବା କଥା ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍’ ନାମକ ଚୀନ୍‌ର ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ କହିଛି। ଉକ୍ତ ବୋଟ୍‌ରେ ଥିବା କ୍ରୁ’ମାନଙ୍କ ମଧ୍ୟରେ ଥିଲେ ୧୭ଜଣ ଚୀନ୍‌, ୧୭ଜଣ ଇଣ୍ଡୋନେସିଆ ଏବଂ ୫ଜଣ ଫିଲିପ୍ପିନ୍‌ସ୍‌ର ନାଗରିକ। ନିଖୋଜ ବ୍ୟକ୍ତିମାନଙ୍କର ସନ୍ଧାନ ନେବା ଲାଗି ଚୀନ୍‌ର ରାଷ୍ଟ୍ରପତି ସି’ ଜିଙ୍ଗ୍‌ପିନ୍‌ ଏବଂ ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ୍‌ ବିଦେଶରେ ଅବସ୍ଥାପିତ ଚୀନ୍‌ କୂଟନୀତିଜ୍ଞ ତଥା କୃଷି ଓ ପରିବହନ ମନ୍ତ୍ରାଳୟକୁ ଆଦେଶ ଦେଇଛନ୍ତି ବୋଲି ଆନ୍ତର୍ଜାତିକ ‘ନିଉଜ୍‌ ଏଜେନ୍‌ସି’ ‘ ଦି ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି। ପୂର୍ବାଞ୍ଚଳ ଶାନ୍ଦୋଗ୍‌ ପ୍ରଦେଶର ‘ଦି ଲୁପେଙ୍ଗ୍‌ଲାଇୟୁନାୟୁ ନମ୍ବର ୮’ ନାମକ ଉକ୍ତ ବୋଟ୍‌କୁ ‘ପେଙ୍ଗାଇୟିଙ୍ଗୁୟୁ କୋ. ଲିମିଟେଡ୍‌’ ଚଳପ୍ରଚଳ କରାଏ | ବୋଟ୍‌’ ବୁଡ଼ିଯିବା ବିଷୟରେ କ‌ୌଣସି କାରଣ ଦର୍ଶାଯାଇ ନଥିବା ଜଣା ପଡିଛି  |

Breaking News