ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି । ମୋଦିଙ୍କ ନୂଆ ଟିମରେ ୪୩ ନୂଆ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି | କେନ୍ଦ୍ର ମନ୍ତ୍ରୀମଣ୍ଡରେ ୧୫ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଥିବା ବେଳେ ୨୮ ଜଣ ମନ୍ତ୍ରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି | ସ୍ୱର୍ଗତ ରାମବିଲାଶ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରୁ ପଶୁପତି ପାରଶଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । ତେବେ ଦଳରୁ ପାରସଙ୍କୁ ମନ୍ତ୍ରୀ ମନୋନୟନକୁ ରାମବିଳାଶଙ୍କ ପୁତ୍ର ଚିରାଗ ପାଶ୍ୱାନ ବିରୋଧ କରିବା ସହ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡିଛି। ଚିରାଗ ହାଇକୋର୍ଟରେ ଦାଖଲ କରିଥିବା ପିଟିସନରେ ତାଙ୍କ ଦଳ କୋଟାରୁ ପଶୁପତି କୁମାର ପାରସଙ୍କୁ ମନ୍ତ୍ରୀ କରାଯିବାରେ ଆପତ୍ତି କରିଥିବା ବେଳେ ଏ ନେଇ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଚିରାଗ ଉଲ୍ଲେଖ କରିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ତାଙ୍କ ଟିମ୍ରେ କାହାକୁ ରଖିବେ ନ ରଖିବେ’ ତାଙ୍କ ଅଧିକାରକୁ ଆମେ ପୂର୍ଣ୍ଣ ସମ୍ମାନ କରୁଛୁ। ତେବେ ଯେଉଁ ପର୍ଯ୍ୟନ୍ତ ଏଲଜେପିର କଥା ଉଠୁଛି ପଶୁପତି କୁମାର ପାରସ ଆମ ଦଳର ସଦସ୍ୟ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତେବେ ପାର୍ଟିକୁ ଭାଙ୍ଗିବା ଭଳି କାର୍ଯ୍ୟରେ ଯଦି ତାଙ୍କ ଗୋଷ୍ଠୀ ପକ୍ଷରୁ ତାଙ୍କୁ ସରକାରରେ ନିଆଯାଉଥାଏ ଏଥିରେ ଆମର କୌଣସି ଆପତ୍ତି ନାହିଁ ବୋଲି ଚିରାଗ ଉଲ୍ଲେଖ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଓ ଶୀର୍ଷ ନେତାଙ୍କୁ ଧୋକାଦେବା କାରଣରୁ ଏଲଜେପି ତାଙ୍କୁ ଅନେକ ପୂର୍ବରୁ ଦଳରୁ ବହିଷ୍କାର କରିସାରିଛି। ଏଣୁ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବା ଲାଗି ନିଷ୍ପତ୍ତିକୁ ଦଳ କଡା ବିରୋଧ କରୁଛି। ଚିରାଗ ପାଶ୍ୱାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ ଆବେଦନ ପଶୁପତି କୁମାର ପାରସଙ୍କୁ କେନ୍ଦ୍ର ମନ୍ତ୍ରୀ କରିବା ବିରୋଧରେ ନୁହେଁ ବରଂ ଲୋକସଭାରେ ତାଙ୍କୁ ଏଲଜେପି ସଂସଦୀୟ ଦଳର ନେତା ମନୋନୟନ ଲାଗି ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ବାଚସ୍ପତି ପଶୁପତି ପାରସଙ୍କୁ ଏଲଜେପି ସଂସଦୀୟ ଦଳ ନେତା ସ୍ୱୀକାର କରିବା ପରେ ପାର୍ଟି ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏ ବାବଦେ ବାଚସ୍ପତିଙ୍କ ନିକଟରେ ପାର୍ଟି ପକ୍ଷରୁ ପୁନର୍ବିଚାର ଅପିଲ ବି କରାଯାଇଛି। ଏ ବାବଦେ ବାଚସ୍ପତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପାରସଙ୍କୁ ପାର୍ଟିରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରାଯାଇଥିବାରୁ ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
More Stories
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……