Report Card Odisha

| Daily Odia News

ପ୍ରକାଶ ପାଇଲା ଯୁକ୍ତ ୨ ଅଫ୍‌ଲାଇନ ପରୀକ୍ଷା ଫଳ,ପାସ୍ ହାର ୬୮.୬୬ %……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଯୁକ୍ତ ୨ ଅଫ୍‌ଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଝିଅଙ୍କ ପାସ୍ ହାର ୬୭.୭୬% ଥିବା ବେଳେ ପୁଅଙ୍କ ପାସ୍ ହାର ୬୨.୭% ରହିଛି। ଅନ୍ୟପକ୍ଷରେ ମୋଟ ପାସ୍ ହାର ୬୮.୬୬ % ରହିଛି। କଳାରେ ୬ ହଜାର ୩୧୦, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ ସରକାରଙ୍କ ବିକଳ୍ପ ମୂଲ୍ୟା ପଦ୍ଧତିରେ ପ୍ରକାଶ ପାଇଥିବା ରେଜଲ୍ଟକୁ ଚ୍ୟାଲେଞ୍ଜ କରି ଯୁକ୍ତ ୨ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଥିଲେ | ସୂଚନା ଅନୁସାରେ- ଗତକାଲି ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ବାହାରି ପାରିନଥିଲା। ଆଜି ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ ବାହାରିବା ନେଇ ଗଣଣିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ।

 

 

 

Breaking News