ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଯୁକ୍ତ ୨ ଅଫ୍ଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଝିଅଙ୍କ ପାସ୍ ହାର ୬୭.୭୬% ଥିବା ବେଳେ ପୁଅଙ୍କ ପାସ୍ ହାର ୬୨.୭% ରହିଛି। ଅନ୍ୟପକ୍ଷରେ ମୋଟ ପାସ୍ ହାର ୬୮.୬୬ % ରହିଛି। କଳାରେ ୬ ହଜାର ୩୧୦, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ ସରକାରଙ୍କ ବିକଳ୍ପ ମୂଲ୍ୟା ପଦ୍ଧତିରେ ପ୍ରକାଶ ପାଇଥିବା ରେଜଲ୍ଟକୁ ଚ୍ୟାଲେଞ୍ଜ କରି ଯୁକ୍ତ ୨ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଥିଲେ | ସୂଚନା ଅନୁସାରେ- ଗତକାଲି ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ବାହାରି ପାରିନଥିଲା। ଆଜି ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଫଳ ବାହାରିବା ନେଇ ଗଣଣିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..