ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିନେମାଟୋଗ୍ରାଫ୍ ବିଲ୍ ୨୦୨୩ ଲୋକସଭାରୁ ମଞ୍ଜୁରି ପାଇବା ପରେ ସୋମବାର ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇରେ ଆଲୋଚନା ପରେ ପାରିତ ହୋଇଥିଲା । ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍ ୪୦ ବର୍ଷ ପରେ ସଂସଦରେ ସିନେମାଟୋଗ୍ରାଫ ସଂଶୋଧନ ବିଲ୍ ଭାବେ ପାରିତ ହୋଇଛି ଏବଂ ଶେଷଥର ପାଇଁ ୧୯୮୪ ରେ ସିନେମାଟୋଗ୍ରାଫ ଆଇନରେ ସଂଶୋଧନ କରାଯାଇଥିଲା । ଏହି ଆଇନର ଲକ୍ଷ୍ୟ ହେଉଛି ପାଇରାସି ବିପଦ ଦ୍ୱାରା ଚଳଚ୍ଚିତ୍ର ଶିଳ୍ପରେ ହେଉଥିବା ୨୦,୦୦୦ କୋଟି ଟଙ୍କାର କ୍ଷତିକୁ ରୋକିବା। ର୍ନିଦ୍ଦିଷ୍ଟ ଆକଳନକୁ ଆଧାର କରି ଏହି ବ୍ୟବସ୍ଥାରେ ସର୍ବନିମ୍ନ ୩ ମାସ ଜେଲ ଦଣ୍ଡ ଏବଂ ୩ଲକ୍ଷ ଟଙ୍କା ଜରିମାନା ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଅଡିଟ୍ ହୋଇଥିବା ମୋଟ ଚଳଚ୍ଚିତ୍ର ପ୍ରସ୍ତୁତି ମୂଲ୍ୟର ୫% ପର୍ଯ୍ୟନ୍ତ ଜରିମାନା ବୃଦ୍ଧି କରାଯାଇପାରେ। ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଯେତେବେଳେ ଲୋକସଭାରେ ବିଚାର ଏବଂ ପାରିତ ପାଇଁ ନିଆଯାଇଥିଲା ସେତେବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ଭାରତ କାହାଣୀକାର ଦେଶ ଭାବରେ ଜଣାଶୁଣା ଯାହା ଆମର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଉତ୍ତରାଧିକାରୀ ଏବଂ ବିବିଧତାକୁ ଦର୍ଶାଏ । ଆଗାମୀ ୩ ବର୍ଷରେ ଆମର ଚଳଚ୍ଚିତ୍ର ଶିଳ୍ପ ୧୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ । ବଦଳୁଥିବା ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ପାଇରାସି ବିରୋଧରେ ଲଢ଼ିବା ଏବଂ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏହି ବିଲ୍ ଆଣିଛୁ । ଏହି ସଂଶୋଧନଗୁଡ଼ିକ ‘ପାଇରାସି’ ବିପଦକୁ ବ୍ୟାପକ ଭାବରେ ରୋକିବ ଯାହା ଦ୍ୱାରା ଚଳଚ୍ଚିତ୍ର ଶିଳ୍ପର ୨୦,୦୦୦ କୋଟି ଟଙ୍କାର କ୍ଷତି ହେଉଛି । ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି, ସରକାର ପ୍ରତି ୧୦ ବର୍ଷରେ ଚଳଚ୍ଚିତ୍ରର ଲାଇସେନ୍ସର ନବୀକରଣ କରିବାର ଆବଶ୍ୟକତାକୁ ଦୂର କରିଦେଇଛନ୍ତି ଏବଂ ଏହାକୁ ଆଜୀବନ ବୈଧ କରିଛନ୍ତି । ବର୍ତ୍ତମାନ, ନବୀକରଣ ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାର କୌଣସି ଆବଶ୍ୟକତା ନାହିଁ । କେ.ଏମ.ଶଙ୍କରପ୍ପା ବନାମ ଭାରତ ସରକାରଙ୍କ ମାମଲାରେ ଦିଆଯାଇଥିବା ରାୟକୁ ଦୃଷ୍ଟିରେ ରଖି ସରକାର ନିଜକୁ ସଂଶୋଧନ କ୍ଷମତାରୁ ଦୂରେଇ ରଖିଛନ୍ତି ଏବଂ ବର୍ତ୍ତମାନ ସ୍ୱୟଂଶାସିତ ସିବିଏଫସିକୁ ଏହାର ଦେଖାଶୁଣା କରିବାର ପୂର୍ଣ୍ଣ ଅଧିକାର ଦିଆଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..