ରିପୋର୍ଟ କାର୍ଡ / କୋରାପୁର
ଓଡ଼ିଶା କ୍ୟାଡରର ଆଇଏଏସ୍ ପୂର୍ବତନ କୋରାପୁଟ ଜିଲ୍ଲାପାଳ ତଥା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀ ଆଜିଠାରୁ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏହି ସମୟରେ ସେ ଜୟପୁର ବିମାନବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀ ୧୫ତମ ସିଭିଲ୍ ସର୍ଭିସେସ୍ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା -୨୦୨୦ପୁରସ୍କାର ପାଇଛନ୍ତି। ଏହା ବାଦେ ଉଡ଼ାନ( ଉଡେ ଦେଶ କା ଆମ ନାଗରିକ) ଟିମର ସଦସ୍ୟଙ୍କୁ ବି ସ୍ବତନ୍ତ୍ର ଭାବେ ପୁଣି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ପୁରସ୍କୃତ କରିଛନ୍ତି। ଖାସ୍ କରି ଉଡାନ ଯୋଜନାର ସଫଳତା ପାଇଁ ଶ୍ରୀମତି ପାଢ଼ୀଙ୍କୁ ଏହି ପୁରସ୍କାର ମିଳିଛି। ସେ ଏହି ପୁରସ୍କାର ପାଇବା ପରେ ଅତ୍ୟନ୍ତ ଉତ୍ସାହିତ ହେବା ସହ ସମସ୍ତ ଉଡ଼ାନ ଟିମର ଏହା ସଫଳତା ବୋଲି କହିଛନ୍ତି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….