ରିପୋର୍ଟ କାର୍ଡ / ଖଲ୍ଲିକୋଟ
ଖାଦ୍ୟ ବିଷାକ୍ତ ଯୋଗୁଁ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ହୁମା ଗାଁରେ | ମୃତ ଶିଶୁ ହେଲେ ରାମକୃଷ୍ଣ ମହାରଣାଙ୍କର ୨ବର୍ଷର ପୁଅ ରୁଦ୍ର ମହାରଣା ଓ ୩ ବର୍ଷର ଭଉଣୀ ସିମରଣ ମହାରଣା । ସ୍ତ୍ରୀ ସୁନିତା ମହାରଣା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ- ସୋମବାର ରାତିରେ ଖାଇ ସାରିବା ପରେ ହଠାତ୍ ଭାଇ, ଭଉଣୀ ଓ ମାଆ ବାନ୍ତି କରିଥିଲେ । ତୁରନ୍ତ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ପ୍ରଥମେ ପୁଅ , ପରେ ଝିଅଙ୍କ ମୃତ୍ୟୁ ହୋଇଥିଲା । ମାଆଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..