ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ଆପତ୍ତିଜନକ ଆଚରଣ,ମନୋଭାବକୁ ନେଇ ଆପତ୍ତି ଉଠାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା । ସେ କହିଛନ୍ତି ଯେ, ଦେଶରେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ଆପତ୍ତିଜନକ ଆଚରଣ ଏବଂ ମନୋଭାବକୁ ନେଇ ହୋଇଥିବା ଅଭିଯୋଗର ଯାଞ୍ଚ ପାଇଁ ସେ ଏକ ସ୍ଥାୟୀ କମିଟି ଗଠନ କରିବାକୁ ଯୋଜନା କରିଥିଲେ। କିନ୍ତୁ ସେ ଏହି ଯୋଜନାକୁ ପରେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି। ଛତିଶଗଡର ଏଡିଜି ଗୁରୁଜୀନ୍ଦର ପାଲ ସିଂ ତାଙ୍କ ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ଅପରାଧିକ ମାମଲାରେ ଗିରଫଦାରୀରୁ ସୁରକ୍ଷା ପାଇଁ କରାଯାଇଥିବା ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶରେ ପ୍ରଶାସନିକ ଅଧିକାରୀ, ବିଶେଷକରି ପୋଲିସ ଅଧିକାରୀମାନେ ଯେପରି ଆଚରଣ କରୁଛନ୍ତି, ସେ ଦିଗରେ ମୋର ଅନେକ ଆପତ୍ତି ରହିଛି। ମୁଁ ପୂର୍ବରୁ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ, ବିଶେଷକରି ପୋଲିସ ଅଧିକାରୀଙ୍କ ବିରୋଧରେ ଆସୁଥିବା ନିର୍ଯାତନା ଏବଂ ଅନ୍ୟ ଅଭିଯୋଗର ଅନୁସନ୍ଧାନ ପାଇଁ ଏକ ଷ୍ଟାଣ୍ଡିଂ କମିଟି ଗଠନ କରିବାକୁ ଚିନ୍ତା କରୁଥିଲି। ହେଲେ ଏବେ ମୁଁ ଏହି ଯୋଜନାକୁ ଏବେ କାର୍ଯ୍ୟକାରୀ କରିବାକୁ ଚାହୁଁନାହିଁ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..