Report Card Odisha

| Daily Odia News

ଆଫଗାନ-ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ, ୨୨ ମୃତ…..

Afghan security personnel (R) and Pakistani border policemen stand guard at the zero point Torkham border crossing between Afghanistan and Pakistan, in Nangarhar province on December 6, 2023. A "Welcome to Pakistan" sign meant to greet travellers from Afghanistan instead caused the shutdown of the busiest crossing between the two nations on December 6, as officials on both sides argued over its installation. (Photo by Shafiullah KAKAR / AFP)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୀମା ପାର ହେବା ସ୍ଥାନରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ସେନା ମଧ୍ୟରେ ପ୍ରବଳ ସଂଘର୍ଷ ଘଟି ୧୯ ଜଣ ପାକିସ୍ତାନୀ ସୈନିକ ଏବଂ ୩ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ସୀମାରେ ଥିବା ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ଓ ପକ୍ତିକା ପ୍ରଦେଶରେ ଭୟଙ୍କର ସଂଘର୍ଷ ଜାରି ରହିଛି। ଆଫଗାନିସ୍ତାନ ସୀମା ବାହିନୀ ଖୋଷ୍ଟ ପ୍ରଦେଶର ଅଲି ଶିର ଜିଲ୍ଲାରେ ଥିବା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଦାଣ୍ଡ-ଏ-ପାଟଣ ଜିଲ୍ଲାରେ ପାକିସ୍ତାନୀ ସୈନିକଙ୍କ ଗୁଳିମାଡ଼ରେ ୩ ଜଣ ଆଫଗାନିସ୍ତାନ ନାଗରିକ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ରାତିରେ ପାକ୍ଟିକା ପ୍ରଦେଶରେ ପାକିସ୍ତାନୀ ସୈନ୍ୟଙ୍କ ଏୟାର ଷ୍ଟ୍ରାଇକରେ ମହିଳା ଓ ଶିଶୁଙ୍କ ସମେତ ୫୧ ଜଣଙ୍କ ମୃତ୍ୟୁ ହେବା ପରେ ଏହି ସଂଘର୍ଷ ଘଟିଥିଲା। ଆଫଗାନିସ୍ତାନ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହେବାରେ ଲାଗିଛି।

Breaking News