ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ୪ ଟି ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ କର୍ମଚାରୀ | ଉଡ଼ାନ୍ ଯୋଜନା ଅଧୀନରେ ରାଜ୍ୟର ୪ଟି ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି | ଝାରସୁଗୁଡ଼ା, ଉତକେଲା, ରାଉରକେଲା ଏବଂ ଜୟପୁର ବିମାନବନ୍ଦରରେ ଏମାନେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇବେ। ଏହି ୫୦ କର୍ମଚାରୀଙ୍କ ମଧ୍ୟରୁ ୯ ଜଣ ଲେଖାଏଁ ଉତକେଲା ଏବଂ ଜୟପୁରରେ ନିୟୋଜିତ ହେବେ। ସେହିପରି ୧୬ ଜଣ ଲେଖାଏଁ ଝାରସୁଗୁଡ଼ା ଏବଂ ରାଉରକେଲାରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..