ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ପାଇଁ ବଢ଼ିଲା ଅଡୁଆ | ହେମନ୍ତ ନିର୍ବାଚନୀ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି | ସେ ନିଜ ନାଁରେ ବେଆଇନ ଭାବେ ଖଣି ଖାଦାନର ଲିଜ୍ ନେଇଛନ୍ତି। ଏହି ଅଭିଯୋଗରେ ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଅଯୋଗ୍ୟ କରିବା ପାଇଁ ଆଗତ ଆବେଦନ ବିଷୟରେ ଭାରତର ନିର୍ବାଚନ କମିସନ୍ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍ଙ୍କ ନିକଟକୁ ଚିଠି ପଠାଇଛନ୍ତି | ଆଜି ସକାଳେ ଉକ୍ତ ଭାରତର ନିର୍ବାଚନ କମିସନ୍ର ମତାମତ ପତ୍ର ଝାଡ଼ଖଣ୍ଡ ରାଜଭବନକୁ ପଠାଇ ଥିବା ଗଣମାଧ୍ୟମରୁ ପ୍ରକାଶ ପାଇଛି । ଝାଡ଼ଖଣ୍ଡର ରାଜ୍ୟପାଳ ପୂର୍ବରୁ ଏହି ଘଟଣା ନିର୍ବାଚନ କମିସନ୍କୁ ରେଫର୍ କରିଥିଲେ। ଏବେ ରାଜ୍ୟପାଳ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..