ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରକ୍ ସହ ଏକ ଜିପ୍ ଧକ୍କା ହୋଇଛି | ଏହା ଫଳରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଆହତ ହୋଇଛନ୍ତି । କର୍ଣ୍ଣାଟକ ତୁମକୁର ଜିଲ୍ଲାର ସିରା ନିକଟରେ ଏହି ଦୁର୍ଘଟଣା ହୋଇଛି | ଜିପରେ ଥିବା ସମସ୍ତ ଆରୋହୀ ଶ୍ରମିକ ବୋଲି ଜଣାପଡ଼ିଛି । ବାଙ୍ଗାଲୁରୁକୁ ଯିବା ବେଳେ ଏହି ଦୁର୍ଘଟଣା ହୋଇଥିବା ବେଳେ, ମୃତ ୯ଜଣଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା କୁହାଯାଉଛି । ଦୁର୍ଘଟଣା ହୋଇଥିବା ନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି । ସୂଚନା ଅନୁଯାୟୀ ଜିପରେ ମୋଟ୍ ୨୪ଜଣ ଥିଲେ । ଘଟଣାକୁ ନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜିଲ୍ଳାପାଳ ଓ ପୁଲିସ ଅଧିକାରୀ ମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦେଶ ଦେଇଛନ୍ତି ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….