ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହିଳାମାନଙ୍କ ପାଇଁ କମିଲା ବସ୍ ଭଡା | ମାଗଣା ମିଳିବ ବିଜୁଳି ଓ ପାଣି | ହିମାଚଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଚମ୍ବାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି, ହିମାଚଳରେ ମହିଳାମାନଙ୍କଠାରୁ ବସ୍ ଭଡା ୫୦ ପ୍ରତିଶତ ନିଆଯିବ। ରାଜ୍ୟରେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଘରୋଇ ବିଜୁଳିର ସୁବିଧା ଯୋଗାଇ ଦିଆଯିବ। ପୂର୍ବରୁ ୬୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଘରୋଇ ବିଦ୍ୟୁତ ଯୋଗାଇ ଦିଆଯାଉଥିଲା। ଗ୍ରାମାଞ୍ଚଳରେ ପାଣି ବିଲ୍ ଛାଡ଼ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ପାଣି ବିଲ୍ ଯୋଗୁ ଜଳଶକ୍ତି ବିଭାଗ ୩୦ କୋଟି ଟଙ୍କା ଆୟ କରିଥାଏ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଲିସ ଏବଂ ଗୃହ ପ୍ରତିରକ୍ଷା ଯବାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ପରେଡ଼୍ରେ ସଲାମୀ ଗ୍ରହଣ କରିଥିଲେ। ଏନସିସି, ଏନଏସଏସ ପୁଲିସ ବ୍ୟାଣ୍ଡ୍ ସମେତ ୧୨ଟି ଦଳ ପରେଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରେଡ଼ରେ ଅଂଶଗ୍ରହଣ କରିଥିବା ଦଳର ଲିଡର୍ମାନଙ୍କୁ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ବାଚସ୍ପତି ବିପିନ୍ ପରମାର ଓ ଜଙ୍ଗଲ ମନ୍ତ୍ରୀ ରାକେଶ ପଠାନିଆ ମଧ୍ୟ ଉପସ୍ଥିତ ଥିଲେ।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..