Report Card Odisha

| Daily Odia News

ମୁଣ୍ଡ କାଟିଦେଲେ ବି ଡିଏ ବଢେଇବିନି…..

ରିପୋର୍ଟ କାର୍ଡ /କୋଲକାତା

ପଶ୍ଚିମବଙ୍ଗ ସରକାରୀ କର୍ମଚାରୀ ବି ଡିଏ ବୃଦ୍ଧି ନେଇ ଆନ୍ଦୋଳନରେ ବସିଛନ୍ତି | ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରୀ କର୍ମଚାରୀଙ୍କୁ ଶୁଣାଇଛନ୍ତି ସିଧା କଥା। କହିଛନ୍ତି ଯଦି ଆନ୍ଦୋଳନ କରୁଛ କର। ହେଲେ ଡିଏ ବଢାଇବା ଦାବି ଭୁଲିଯାଅ। ରାଜ୍ୟ ସରକାରଙ୍କ ପାଖରେ ଏତେ ରାଜସ୍ୱ ନାହିଁ। ଏପରିକି ତାଙ୍କ ମୁଣ୍ଡ କାଟିଦେଲେ ବି ଡିଏ ଅର୍ଥାତ୍ ମହଙ୍ଗା ଭତ୍ତା ବଢାଇବେନି ବୋଲି ସଫା ସଫା କହିଛନ୍ତି ମମତା । କେନ୍ଦ୍ର ସରକାର ଦେଉଥିବା ମହଙ୍ଗା ଭତ୍ତା ସହ ସମାନ ଡିଏ ଦାବି କରି ପଶ୍ଚିମବଙ୍ଗ ସରକାରୀ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ମମତା ବାନାର୍ଜୀ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ବିରୋଧୀଙ୍କ ସମର୍ଥିତ ପ୍ରଦର୍ଶନ କହି ଅସନ୍ତୋଷ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗର ସଂଗ୍ରାମୀ ଯୋଦ୍ଧା ମଂଚ ସମେତ ଅନେକ କର୍ମଚାରୀ ସଂଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଏହାକୁ ନେଇ ବିଧାନସଭାରେ ବି ଆଲୋଚନା ହୋଇଛି। ଗୃହରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବେତନ ମଧ୍ୟରେ ଥିବା ଅନ୍ତରକୁ ଦର୍ଶାଇଛନ୍ତି। ଟିଏମସି ସରକାର ନିଜ କର୍ମଚାରୀଙ୍କୁ ପୂର୍ବରୁ ହିଁ ୧୦୫ ପ୍ରତିଶତ ଡିଏ ଦେଉଥିବା କହିଛନ୍ତି ମମତା । କେବଳ ସେତିକି ନୁହେଁ, ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ, ଆପଣଙ୍କୁ କେତେ ଟଙ୍କା ଦରକାର |କେତେ ଦେଲେ ଆପଣ ସନ୍ତୁଷ୍ଟ ହେବେ | ଯଦି ଆପଣ ମୋତେ ପସନ୍ଦ କରୁନାହାନ୍ତି ତେବେ ମୋ ମୁଣ୍ଡ କାଟିଦିଅନ୍ତୁ ବୋଲି କହିଥିଲେ ମମତା। ଏଥିସହ ବିଜେପି ଶାସିତ ରାଜ୍ୟ ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ ସରକାର କର୍ମଚାରୀଙ୍କୁ ପେନସନ ଦେଉନଥିବା ବେଳେ ପଶ୍ଟିମ ବଙ୍ଗ ସରକାର ତାହା ଦେଉଥିବା କହିଥିଲେ ମମତା।

Breaking News