ରିପୋର୍ଟ କାର୍ଡ / ଭୁବନେଶ୍ୱର
ମନ୍ତ୍ରୀ ବଡ଼ ନା ସଚିବ, ଏହି ପ୍ରଶ୍ନ କୁ ନେଇ ଆଜି ବିଧାନସଭାରେ ବିଜେପି -ବିଜେଡି ମୁହାଁମୁହିଁ ହୋଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିବା ବେଳେ ଏହା ଉତ୍ତର ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି ଲୋକଙ୍କ ପାଖରେ ପହଞ୍ଚିଛି CMO । ଯାହା କିଛି ହେଉଛି CMOରୁ ନିର୍ଦ୍ଦେଶ ପରେ । ସେ ଆହୁରି କହିଥିଲେ ମୋ ସରକାର ଲୋକଙ୍କ ସରକାର । ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ଜିଲ୍ଲାକୁ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ। ଯଦି ସଡ଼କ ପଥରେ ଯାଇ ଏତକ କରାଯାଇଥାନ୍ତା ତେବେ ଦେଢ଼ବର୍ଷ ଲାଗିଥାନ୍ତା। ବିଗତ ସାଢ଼େ ୩ ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟର ବାବଦରେ ମାସକୁ ୧ରୁ ଦେଢ଼ କୋଟି ଖର୍ଚ୍ଚ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ | ଲୋକଙ୍କ ସମସ୍ୟାକୁ ମୋ ସରକାର ଗୁରୁତ୍ୱ ଦେଉଛି । ଏଥିରେ ଦ୍ୱିମତ ହେବାର ନାହିଁ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଗୃହରେ ଆରମ୍ଭ ହୋଇଥିଲା ହୋ ହଲ୍ଲା ଓ ହଟ୍ଟଗୋଳ । ଫଳରେ ସ୍ଥିତି ଏମିତି ହୋଇଥିଲା ଯେ, ପୁଣି ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….