ରିପୋର୍ଟ କାର୍ଡ / ବରଗଡ଼
ପଦ୍ମପୁର ନିର୍ବାଚନର ଭୋଟ କୁ ଆଉ ଦୁଇଦିନ ଥିବା ବେଳେ ଆଜି ହାଇଭୋଲଟେଜ ନେତାମାନଙ୍କ ଦ୍ୱାର ପ୍ରଚାର କମ୍ପିଛି | ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍ରେ ପହଞ୍ଚିଥିଲେ। ଏହାପରେ ସେ ଝାରବନ୍ଧର ଶକ୍ତି ଛକ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି। କହିଛନ୍ତି, ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି।କେନ୍ଦୁପତ୍ର ତୋଳାଳିଙ୍କ ହକ୍ ଓ ଚାଷୀଙ୍କ ଉନ୍ନତି ପାଇଁ ମୁଁ କାମ କରୁଛି। ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି। ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ। ଆପଣମାନଙ୍କର ସବୁ ସ୍ବପ୍ନ ସାକାର ହେବ। ମା’ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……