ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସ୍ଥିତିସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରୁଟି ଶୂନ୍ୟ ଯୋଜନା କରିବା ଏବଂ କୋଭିଡ୍ ବିରୁଦ୍ଧରେ ଲମ୍ବା ଲଢେଇ ପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରାଜ୍ୟର ବିଭିନ୍ନ ହସ୍ପିଟାଲଗୁଡିକୁ ଅକ୍ସିଜେନ ଏବଂ ମେଡିସିନ ଯୋଗାଣ ଉପରେ ଗୁରୁତ୍ବ ଦିଆଯିଛି। କରୋନାନିୟମକୁ କଡାକଡି ପାଳନ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ମୁକାବିଲାରେ ନିୟୋଜିତ ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯିବା ସହିତ ସମସ୍ତ ପ୍ରକାର ପରିସ୍ଥିତିକୁ ସଫଳତାର ସହ ସାମ୍ନା କରିବାକୁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
More Stories
ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଣ କହିଲେ….
କଂଗ୍ରେସର ୧୨ ବିଧାୟକ ନିଲମ୍ବିତ……
ଭିଜିଲାନ୍ସ ଜାଲରେ ପତି-ପତ୍ନୀ…..