Report Card Odisha

| Daily Odia News

୩୦ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୫୦ ହଜାର ଘର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ଆବାସ ସର୍ଭେରେ ଅଧିକାରୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଯଦି କୌଣସି କ୍ଷେତ୍ରରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରା ନ ଯାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଳାହାଣ୍ଡିରେ ଚଳିତମାସ ୩୦ରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ଘର ମୁଖ୍ୟମନ୍ତ୍ରୀ ବାଣ୍ଟିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ଲକ୍ଷ ୨୨ହଜାର ୭୭୧ଜଣ ପିଏମ୍‌ ଆବାସ ଯୋଜନାରେ ପଞ୍ଜୀକରଣ ହୋଇ ସାରିଲେଣି। କେତେକ ସ୍ଥାନରେ ପାତରଅନ୍ତର ହେଉଥିବା ଅଭିଯୋଗ ଆସିଥିଲା, ତାକୁ ବିଭାଗ ଗୁରୁତ୍ୱ ଦେଇଛି। ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ କେତେ ପଞ୍ଜୀକରଣ କରିଛନ୍ତି ତା’ର ତାଲିକା ବିଭାଗର ହସ୍ତଗତ ହେବ। ପଞ୍ଚାୟତ ଏବଂ ବ୍ଲକସ୍ତରର ଅଧିକାରୀ ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଛାଡ଼ିଥିବେ, ଯେଉଁଠୁ ଅଭିଯୋଗ ଆସିବ ସେହି କ୍ଷେତ୍ରରେ ବିଭାଗ ସେମାନଙ୍କ ପାଖରେ ପହଞ୍ଚିବ। ଯଦି ପାତର ଅନ୍ତର ହୋଇଥିବ, ଉଦ୍ଦେଶ୍ୟମୂଳକ ଭାବେ ତାଲିକାରେ ହିତାଧିକାରୀକୁ ନେଇ ନ ଥିବେ, ତା’ହେଲେ କାର୍ଯ୍ୟାନୁଷ୍ଠାନ ହେବ। ବାଦ୍‌ ପଡ଼ିଥିବା ହିତାଧିକାରୀ ଜିଲାପାଳ ଏବଂ ସିଡିଓଙ୍କ ପାଖରେ ଅଭିଯୋଗ କରିପାରିବେ।

Breaking News