ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବାକୁ ଆସନ୍ତା ୩୦ ତାରିଖରେ ଛତ୍ରପୁର ଆସିବେ। ସେ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାରୁ ନାମାଙ୍କନ ଦାଖଲ କରିବାକୁ ଛତ୍ରପୁର ଉପଜିଲାପାଳ କାର୍ଯ୍ୟାଳୟରେ ପହଞ୍ଚିବେ। ତେବେ ଛତ୍ରପୁର ପହଞ୍ଚିବା ପୂର୍ବରୁ ସେ ମା’ ତାରାତାରୀଣିଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଅପ୍ରେଲ ୩୦ ତାରିଖ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକେପ୍ଟରରେ ଆସି ତାରାତାରିଣୀ ଛକ ନିକଟ ନରସିଂହପୁର ଛକ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ। ସେଠାରୁ କାର ଯୋଗେ ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିବେ। ଦର୍ଶନ ସାରି ପୁଣିଥରେ ହେଲିପ୍ୟାଡକୁ ଫେରି ହେଲିକେପ୍ଟର ଯୋଗେ ଛତ୍ରପୁର ସ୍ଥିତ ଅନସ୍ଲୋ ସ୍କୁଲ ପରିସର ହେଲିପ୍ୟାଡରେ ଓହ୍ଲାଇବେ। ସେଠାରୁ କାର୍ ଯୋଗେ ଛତ୍ରପୁର ସର୍କିଟ ହାଉସ ଯାଇ କିଛି ସମୟ ରହିବା ପରେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ନାମାଙ୍କନ ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଛତ୍ରପୁର ଗସ୍ତ କରିବେ ବୋଲି ଶୁଣିବାକୁ ମିଳୁଛି। ଏହି ସମୟରେ ବହୁ ବିଜେଡି ନେତା ଓ କର୍ମୀଙ୍କ ସମାବେଶ ହେବ ବୋଲି ଜଣାପଡିଛି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….