Report Card Odisha

| Daily Odia News

ତିନିଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ପାରାଦୀପ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପରେ ତିନିଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନାରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି। ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ମିିିଳିବ। ସେହିପରି ରିନ୍ୟୁ ଇ-ଫୁଏଲ ଗ୍ରିନ ଆମୋନିଆ କାରଖାନା ପାଇଁ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି। ଏହା ୪ହଜାର ରୋଜଗାର ସୃଷ୍ଟି କରିିବ ଏବଂ ସିଲକ୍ସ ଇଣ୍ଡିିଆ ଅତ୍ୟାଧିୁନିକ ରାସାୟିନିକ କାରଖାନା ପାଇଁ ୫୦୦ କୋଟିର ପୁଞ୍ଜି ନିବେଶ କରିଛି। ଏହାଦ୍ୱାରା ୮୧୦ ଜଣଙ୍କୁ ନିଯୁକ୍ତି ମିିଳିବ। ଶିଳ୍ପାୟନ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତିୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଉଥିବା କହିଛନ୍ତି ରାଜ୍ୟ ସରକାର।

 

Breaking News