ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଉଛନ୍ତି ମହାରାଷ୍ଟ୍ର ନାଶିକର ସଞ୍ଜୟ ନେରକାର । ସେ ଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏମ.ଟେକ୍ ପଢୁଥିଲେ। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ପୋଲିସ କହିବା ଅନୁସାରେ, ଆଇଆଇଟିର ଦ୍ରୋଣାଚାର୍ଯ୍ୟ ହଷ୍ଟେଲ ରୁମ୍ ନଂ 757ରେ ରହୁଥିଲେ ସଞ୍ଜୟ। ଗୁରୁବାର ରାତିରେ ସଞ୍ଜୟଙ୍କ ପରିବାର ଲୋକେ ତାଙ୍କୁ କଲେ କରିଥିଲେ। କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ। ବାରମ୍ବାର କଲ୍ କରିବା ସତ୍ତ୍ୱେ ରିସିଭ୍ ନକରିବାରୁ ହଷ୍ଟେଲରେ ଥିବା ତାଙ୍କର ଜଣେ ସାଙ୍ଗକୁ ଜଣାଇଥିଲେ। ଅନ୍ୟ ପିଲାମାନେ ସଞ୍ଜୟଙ୍କୁ ଡାକିବାକୁ ଯାଇ ଦେଖନ୍ତି ତ, କବାଟ ଭିତର ପଟୁ ବନ୍ଦ ହୋଇଛି। ଏନେଇ ସେମାନେ ହଷ୍ଟେଲ ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। କବାଟ ଭାଙ୍ଗି ଦେଖିବାରୁ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏନେଇ ସେମାନେ ପୋଲିସ ଖବର ଦେଇଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତ ଅନୁସାରେ, ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି।






More Stories
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..