ରିପୋର୍ଟ କାର୍ଡ/ ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ୨ଶହ ଶଯ୍ୟା ବିଶିଷ୍ଟ ଏହି କ୍ୟାନ୍ସର ହସ୍ପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ଦ୍ବାରା ରାଜ୍ୟରେ କର୍କଟ ଚିକିତ୍ସା ସେବା ଅଧିକ ତ୍ବରାନ୍ବିତ ହେବ ବୋଲି ନବୀନ କହିଛନ୍ତି । ଏହା ବ୍ୟତୀତ ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀ ମଧ୍ୟ ଏହା ଦ୍ବାରା ଉପକୃତ ହୋଇପାରିବେ । ହସ୍ପିଟାଲରେ ରୋଗୀ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……