Report Card Odisha

| Daily Odia News

ଆଜି ୩୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୩୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୭ ଓ ସ୍ଥାନୀୟ ସଂକ୍ରମିତ ୧୪୪ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪୫ ଜଣ ରହିଛନ୍ତି। ଖୋର୍ଦ୍ଧାରୁ ୧୮୧, କଟକରୁ ୩୫, ଷ୍ଟେଟପୁଲରୁ ୪୪, ଯାଜପୁରରୁ ୧୫, ବାଲେଶ୍ୱରରୁ ୧୩ ଓ ଜଗତସିଂହପୁରରୁ ୧୦ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୭୭୩କୁ ବୃଦ୍ଧି ପାଇଛି। ଗତକାଲି ୪୧୬ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୪୪୧କୁ ବୃଦ୍ଧି ପାଇଛି। ଏବେ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି ୩ ହଜାର ୩୯୧। ଏଠି ସହିତ ୪ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଥିବା ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛନ୍ତି। ଅନୁଗୁଳ, କଟକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୩୪୭କୁ ବୃଦ୍ଧି ପାଇଛି।

 

Breaking News