ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହେଜବୁଲ୍ଲା ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡରଙ୍କୁ ନିପାତ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ ସେନା ଏକ ଏକ୍ସ ପୋଷ୍ଟରେ କହିଛି ଯେ, ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ସୁହେଲ ହୁସେନ ହୁସେନୀ ସଫା ହୋଇଛି। ଗତକାଲି ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହୁସେନ ହୁସେନୀର ନିପାତ ହୋଇଛି। ତେବେ ଏନେଇ ହେଜବୁଲ୍ଲା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଗତକାଲି ଇସ୍ରାଏଲ-ହମାସ ଯୁଦ୍ଧକୁ ଗୋଟିଏ ବର୍ଷ ପୂରିଛି। ଏହି ଗୋଟିଏ ବର୍ଷ ମଧ୍ୟରେ ପାଲେଷ୍ଟାଇନ ଓ ଇସ୍ରାଏଲ ବିବାଦ ସମଗ୍ର ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଅକ୍ଟୋବର ୭ରେ ଇସ୍ରାଏଲ ପାଲେଷ୍ଟାଇନର ସମର୍ଥିତ ସଂଗଠନ ହମାସ ଇସ୍ରାଏଲ ଉପରେ କରିଥିବା ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୨୫୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ ହୋଇଥିଲେ। ଏହାପରେ ବନ୍ଧକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଲାଇଥିଲା ହମାସ। କିନ୍ତୁ ଇସ୍ରାଏଲ ଏହାର କଡ଼ାଗଣ୍ଡା ହିସାବ ନେଇଛି। କେବଳ ହମାସ ନୁହେଁ, ଏହାର ସମର୍ଥିତ ରାଷ୍ଟ୍ରଙ୍କୁ ମଧ୍ୟ ଜବାବ ଦେଇଛି। ଏହି କ୍ରମରେ ଇରାନର ସମର୍ଥିତ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗି ଦେଇଛି ଇସ୍ରାଏଲ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….