ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ଡ୍ରାଇଭର ମହାସଂଘର ଆଜି ୧୦ ଦଫା ଦାବିନେଇ ଆନ୍ଦୋଳନ କୁ ଓଲ୍ଲହାଇଥିଲା । ଡ୍ରାଇଭର ଆସୋସିଏସନର ଦାବି ପୁରଣ କରିବା ପାଇଁ ଓଡ଼ିଶା ସରକାର ଏକ କମିଟି ଗଠନ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ବିଷୟରେ ଆବଶ୍ୟକୀୟ ପଦକ୍ଷେପ ଆସନ୍ତା ତିନି ମାସ ମଧ୍ୟରେ ନିଆଯିବ ବୋଲି ସେ କହିଛନ୍ତି । ଡ୍ରାଇଭର ସଂଘ ସହିତ ଆଲୋଚନା ସଫଳ ହୋଇଥିବା କୁହାଯାଇଛି । ବର୍ତ୍ତମାନ ରାଜ୍ୟ ସରକାର ଅନ୍ୟ ରାଜ୍ୟମାନଙ୍କରେ ଡ୍ରାଇଭର ମାନଙ୍କ ଲାଗି କଣ ସୁବିଧା ମାନ ରହିଛି ତାହା ଉପରେ ତର୍ଜମା କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ଆଜି ରାଜଧାନୀରେ ବିଶାଳ ପଦଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଶଣ କରିବାକୁ ଚେଷ୍ଟା କରିଥିଲେ । ଡ୍ରାଇଭର ସଂଘ ଆଜି ସକାଳୁ ସକାଳୁ ରାଜଧାନୀରେ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଆସି ପହଁଞ୍ଚିଥିଲେ । ସେମାନଙ୍କର ପ୍ରମୁଖ ଦାବି ଗୁଡ଼ିକ ହେଉଛି ଡ୍ରାଇଭରମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ, ରାଜ୍ୟ ଏବଂ ଜାତୀୟ ରାଜମାର୍ଗରେ ୧୦୦ କିଲୋମିଟର ଦୂରତା ମଧ୍ୟରେ ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମସ୍ଥଳି ନିର୍ମାଣ କରନ୍ତୁ, ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ଡ୍ରାଇଭରମାନଙ୍କ ପରିବାରକୁ ଅନୁକମ୍ପା ମୂଳକ ୨୦ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ, ୧୦ ଲକ୍ଷ ଟଙ୍କାର ବୀମା, ୫୫ ବର୍ଷ ବୟସ ପରେ ପେନସନ, ୫ ଲକ୍ଷ ଟଙ୍କାର ସ୍ୱସ୍ଥ୍ୟ ବୀମା, ନିର୍ଦ୍ଧିଷ୍ଠ ଦରମା, ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା, ଡ୍ରାଇଭର ମାନଙ୍କୁ ଘର ଆଦି ସୁବିଧା ମିଳୁ ବୋଲି ସଂଘଠନର ଦାବି ରହିଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..