Report Card Odisha

| Daily Odia News

ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି। କ୍ଷମାଶୀଳ ହେବେ। ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ବୃଷ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଆଜି ଦିନ ଭିତରେ ଯାହା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ।
ମିଥୁନ : ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି। ଶୁଭକାର୍ଯ୍ୟ ସମ୍ପାଦିତ ହେବ।
କର୍କଟ : ବିଦ୍ୟାଭ୍ୟାସୀ ହେବେ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଲଟେରି ବା ସେୟାର ମାର୍କେଟରୁ ଭଲ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମୃଦ୍ଧିର ମୂଳଦୁଆ ପଡ଼ିବ।
ସିଂହ : କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ସାଂସାରିକ ସୁଖ ମିଳିବ। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଶ୍ରେଷ୍ଠ ହେବେ। ଯାନବାହନ ସୁଖ ମିିଳିପାରେ।
କନ୍ୟା : ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦର ସମ୍ମାନ ମିଳିବ। ଦେବାର୍ଚ୍ଚନାରେ ନିୟୋଜିତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
ତୁଳା : କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ; ବିଳମ୍ବରେ ଚିନ୍ତାଶୀଳ ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। କୀର୍ତ୍ତିଶାଳୀ, ସହିଷ୍ଣୁ ଓ ଚଞ୍ଚଳମନା ହେବେ।
ବିଛା : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁସହାୟତାରୁ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ।
ଧନୁ : ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଚେହେରା ଦର୍ଶନୀୟ ହେବ। ଭୋଗୀ ଓ ତେଜୀୟାନ ହୋଇପାରନ୍ତି। ଦ୍ରବ୍ୟ ଲାଭ ହେବା ସହିତ ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।
ମକର : ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ।
କୁମ୍ଭ : ତେଜସ୍ବୀ ହୋଇପାରନ୍ତି। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ଅର୍ଥର ଆନ୍ତଃପ୍ରବାହୀ ଅବ୍ୟାହତ ରହିବ। କୃତିତ୍ବ ଅର୍ଜନ କରିପାରନ୍ତି। କର୍ମକ୍ଷେତ୍ର ଉଳମୟ ହେବ।
ମୀନ : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

Breaking News