Report Card Odisha

| Daily Odia News

ଗଜପତି ମହାରାଜା ଙ୍କ ବିରୋଧରେ ଥାନାରେ ଅଭିଯୋଗ….

ରିପୋର୍ଟ କାର୍ଡ / ପୁରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ରାଜଭବନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୋଜା ପିନ୍ଧି ମହାପ୍ରସାଦ ସେବନ କରିଥିବା ନେଇ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଗ୍ରହଣ କରିବା ସହିତ ଏହାର ତଦନ୍ତ କରାଯିବ ବୋଲି ସମୁଦ୍ରକୂଳ ଥାନା ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗ କମିଟିର କାର୍ଯ୍ୟକାରୀ ସଦସ୍ୟ ସେବାୟତ ହରଚଣ୍ଡୀ ସାହିର ଦାମୋଦର ମହାସୁଆର ସୋମବାର ସନ୍ଧ୍ୟାରେ ସମୁଦ୍ରକୂଳ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୧୦ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିଥିବା ବେଳେ ରାଜଭବନରେ ସେ ଗଜପତି ଦିବ୍ୟସିଂହ‌ ଦେବ ଓ ମହାରାଣୀଙ୍କ ସହିତ ମହାପ୍ରସାଦ ସେବନ କରିଥିଲେ। ଏହି ସମୟରେ ଗଜପତି ମହାପ୍ରସାଦକୁ ଅପମାନ କରି ପାଦରେ ମୋଜା ପିନ୍ଧି ମହାପ୍ରସାଦ ସେବନ କରିଥିଲେ। ମହାପ୍ରସାଦ ପ୍ରତି ଏଭଳି ନିନ୍ଦନୀୟ ବ୍ୟବହାର କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ହଜାର ହଜାର ସେବାୟତଙ୍କୁ କଷ୍ଟ ଦେଇଛି। ତେଣୁ କୋଠଭୋଗ ମହାସୁଆର ହିସାବରେ ସେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

Breaking News