ରିପୋର୍ଟ କାର୍ଡ / ବ୍ରହ୍ମପୁର
ବ୍ରହ୍ମପୁର ବଡ ବଜାର ଥାନା ଓମ୍ ନଗର ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଗତକାଲି ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି । ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଝୁଲନ୍ତା ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଘଟଣା ସ୍ଥଳରୁ ସୁସାଇଡ୍ ନୋଟ ମଧ୍ୟ ଜବତ କରିଛି ପୋଲିସ । ଘଟଣା ର ତଦନ୍ତ ପରେ ରହସ୍ୟ ଜଣାପଡିବ ବୋଲି ଏସ୍ପି କହିଛନ୍ତି । ଜଣେ ଯୁବକଙ୍କୁ ଭଲ ପାଉଥିବା ବେଳେ ପରେ ପ୍ରେମିକ ଧୋକା ଦେଇଥିବା ଏବଂ ଏଥିପାଇଁ ଆତ୍ମହତ୍ୟା କରିଥିବା ସୂଈସାଇଡ୍ ନୋଟରେ ଲେଖାଥିବା ଜଣାପଡିଛି । ସଧବା ଭଳି ମୋର ଶବ ସତ୍କାର କରିବ ବୋଲି ଜବତ ସୂଈସାଇଡ ନୋଟରେ ଲେଖାଅଛି । ଏ ଚିଠି ଉପରେ ମଧ୍ୟ ପୋଲିସ ତଦନ୍ତ କରୁଥିବା ଏସ ପି କହିଛନ୍ତି ।





More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..