ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆଗଉଛି | ଏହି ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ନିର୍ଦ୍ଧାରିତ ସମୟରେ ୩୦ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରେସ୍ମିଟ୍ରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

୨୦୨୨ ମାର୍ଚ୍ଚ ୨୨ରେ ପଞ୍ଚାୟତ କାର୍ଯ୍ୟକାଳ ସରିବ। ତେବେ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଦିତ୍ୟ ପାଢ଼ୀ କହିଛନ୍ତି। ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ | ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ହୋଇଥିଲେ ଭୋଟର ତାଲିକାରେ ସାମିଲ ହେବେ | ପ୍ରାରମ୍ଭିକ ପର୍ଯ୍ୟାୟରେ ୨୯ ଜିଲ୍ଲାର ଭୋଟର ତାଲିକା ପ୍ରକାଶ ପାଇବ |ରେମୁଣାକୁ NAC ମାନ୍ୟତା ଦେବାର ଥିବାରୁ ବାଲେଶ୍ୱର ତାଲିକା ବିଳମ୍ବ ହେବ| ନିର୍ଦ୍ଧାରିତ ସମୟରେ ୩୦ ଜିଲ୍ଲାରେ ହେବ ପଞ୍ଚାୟତ ନିର୍ବାଚନ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି |






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..