ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ନିକଟରେ ଏଏସପି ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା । ଆଜି ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ସୂଚନା ମିଳିଛି | ଉଲ୍ଲେଖ ଯୋଗ୍ୟ , ଗତ ୧୫ ତାରିଖରେ ଏଏସପି ତ୍ରିନାଥଙ୍କ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତାଙ୍କର କଟକ, ଭୁବନେଶ୍ୱର, ଯାଜପୁର ଓ କୋରାପୁଟରେ ଭିଜିଲାନ୍ସ ଟିମ୍ କରିଥିଲା ରେଡ୍ । ଏହି ଚଢ଼ାଉରେ ୩ ଜଣ ଏଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନ୍ସପ୍ଟେରଙ୍କ ସହ ଅନ୍ୟ ଅଧିକାରୀମାନେ ସାମିଲ୍ ହୋଇଥିଲେ । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିତାଥ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……