ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ପ୍ରଗମନ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ଆବେଦନ କରାଯାଉଛି | ଦେଖିବାକୁ ଗଲେ ଏବେ ଯାଏଁ ୨୫ ଶହରୁ ଅଧିକ ଆବେଦନ ହୋଇଛି। ସେହିପରି ଲୋକସଭା ଆସନ ପାଇଁ ୬୭୦ ରୁ ଅଧିକ ଆବେଦନ ହୋଇଛି। ଏନେଇ ପିସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପ୍ରଗମନର ଶେଷ ତାରିଖ। ଆବେଦନ ଶେଷ ପରେ ଆସନ୍ତା ୧୨ ଏବଂ ୧୩ ତାରିଖରେ ସ୍କୃଟିନି କରାଯିବ। ପୁନର୍ବାର ୧୪ ଏବଂ ୧୫ ତାରିଖରେ ପ୍ରଗମନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୯ ରେ ପ୍ରଦେଶ କଂଗ୍ରେସ କମିଟିର ବୈଠକ ପରେ ତାଲିକା ଏଆଇସିସିକୁ ପଠାଯିବ। ପ୍ରଗମନ ମାଧ୍ୟମରେ ଉଚିତ୍ ନେତୃତ୍ୱ ଚୟନରେ ସୁବିଧା ହେବା ନେଇ ଆଶା ରଖିଛି କଂଗ୍ରେସ। ପୂର୍ବରୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଗ୍ୱାଲିୟର ମେୟର ପଦବୀ ପାଇଁ ପ୍ରଗମନର ଆରମ୍ଭ ହୋଇଥିଲା।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..