ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଉତ୍ତରପ୍ରଦେଶ ଆମେଠି ଆସନରୁ ଭାଜପା ନେତା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିପକ୍ଷରେ ନିର୍ବାଚନ ଲଢିବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ସେ ଏହାକୁ ଗ୍ରହଣ କରିବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ଲୋକ ସଭା ନିର୍ବାଚନରେ କେରଳର ୱାୟନାଡ ଏବଂ ୟୁପିରେ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ସେ ସ୍ମୃତି ଇରାନୀଙ୍କଠାରୁ ପରାସ୍ତ ହୋଇଥିଲେ। ରାହୁଲ କେବଳ ୱାୟନାଡରୁ ଜିତିଥିଲେ। ଏଥର ମଧ୍ୟ କଂଗ୍ରେସ ରାହୁଲଙ୍କୁ ୱାୟନାଡରୁ ମଇଦାନକୁ ଓହ୍ଲାଇଛି। କିନ୍ତୁ ଆମେଠିକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦେହ ରହିଛି। ୨୦୧୯ ନିର୍ବାଚନରେ ରାହୁଲ ପରାଜୟ ପୂର୍ବରୁ ଆମେଠି ଆସନ କଂଗ୍ରେସର ଗଡ଼ ବୋଲି ବିବେଚନା କରାଯାଉଥିଲା। ୨୦୦୪, ୨୦୦୯ ଏବଂ ୨୦୧୪ରେ ରାହୁଲ ଏହି ଆସନରୁ ଲୋକ ସଭା ନିର୍ବାଚନରେ ଜିତିଥିଲେ।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….