Report Card Odisha

| Daily Odia News

କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ଜାରି କରିଛି । ଏହି ତାଲିକାକୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅନୁମୋଦନ କରିଥିବା ନେଇ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ଦାୟିତ୍ବ ମିଳିଛି। ମନୋରଂଜନ ଦାସ ଆବାହକ ଥିବା ବେଳେ ବାଙ୍କନିଧି ବେହେରା ଓ ବିକାଶ ଗରାବଡ଼ୁ ଯୁଗ୍ମ ଆବାହକ ଭାବେ ସ୍ଥାନ ପାଇଛନ୍ତି। ଏହି କମିଟିରେ ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଳା ତିରିଆ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ ଓ ନକୁଳ ନାୟକ ଅଛନ୍ତି। ସେହିପରି ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ହମିଦ୍‌ ହୁସେନ୍‌, ବନ୍ଦିତା ପରିଡ଼ା, ଶୁଭେନ୍ଦୁ ମହାନ୍ତି, ମନୋଜ ଜେନା, ଦେବଶ୍ରୀଶ ଭୂୟା, ସୀତାଂଶୁ ଦାସ, କିଶୋର ଜେନା, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ ନିର୍ବାଚନ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି।

 

Breaking News