ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । ଉଦ୍ଧବ ଠାକେରେଙ୍କ ଦଳ ଶିବସେନାକୁ ବିଶ୍ୱାସଘାତକ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ କଂଗ୍ରେସ ‘ଡିଲର’ ଏବଂ ଶିବସେନା ‘ଦଲାଲ’ ବୋଲି କହିବାକୁ ପଛେଇ ନାହାନ୍ତି ଅମିତ ଶାହ। ସେ କହିଛନ୍ତି ଯେ, ୨୦୧୯ ମତଦାନ ପରେ ବିଜେପିର ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହୋଇଥିଲା। ଏନେଇ ସେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଥିଲେ। କିନ୍ତୁ ଉଦ୍ଧବ ଠାକରେ ବିଜେପି ସହ ବିଶ୍ୱାସଘାତକ କଲେ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ହିନ୍ଦୁତ୍ୱ ସହ ସାଲିସ କରିଛନ୍ତି। ପୁଣେଠାରେ ବିଜେପି ସ୍ୱେଚ୍ଛାସେବୀ ମାନଙ୍କୁ ଶାହ ଉଦବୋଧନ ଦେଇ ଏନସିପି, କଂଗ୍ରେସ ଏବଂ ଶିବସେନା ମେଣ୍ଟ ମହା ବିକାଶ ଆଘାଡି (ଏମଭିଏ)କୁ କଡ଼ା ସମାଲୋଚନା କରିଥିଲେ ଶାହ। କହିଥିଲେ କଂଗ୍ରେସ ହେଉଛି ଡିଲର ଏବଂ ଶିବସେନା ହେଉଛି (ବ୍ରୋକର) ଦଲାଲ। ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ମୋ ଉପସ୍ଥିତରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ ବୋଲି ଆଲୋଚନା ହୋଇଥିଲା। ବୈଠକରେ ଶିବସେନା ମୁଖ୍ୟ ଉଦ୍ଧବ ଠାକେରେ ମଧ୍ୟ ଉପସ୍ଥିତ ଥିଲେ। ଫଡ଼ନାଭିସ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ସହମତି ହୋଇଥିଲା। କିନ୍ତୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଁଥିଲେ । କ୍ଷମତା ପାଇଁ ଶିବସେନା ହିନ୍ଦୁତ୍ୱ ସହ ସାଲିସ କରିଛନ୍ତି। କଂଗ୍ରେସ ବିରୋଧରେ ଆମେ ଦୁଇ ପିଢ଼ିଧରି ଧରି ମିଶି ଲଢ଼ିଥିଲୁ । କିନ୍ତୁ ଏବେ ସେଇ କଂଗ୍ରେସ ସେଇ ଦଳ ସହ କ୍ଷମତା ଭାଗବଣ୍ଟାରେ ସାମିଲ ହୋଇଛି ବୋଲି ଶାହ କହିଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……