Report Card Odisha

| Daily Odia News

ଦେଶରେ ଅକ୍ସିଜେନ ଅଭାବ ବେଳେ ଅକ୍ସିଜେନ ବିଦେଶ ପଠାଇଛନ୍ତି ମୋଦି ସରକାର:କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଵାଲା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲା ଓ ସ୍ୱାସ୍ଥ୍ୟ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଦେଇ କରିଛି। କିଛି ଗଣମାଧ୍ୟମ ରିପୋର୍ଟର ଦ୍ୱାହି ଦେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଵାଲା ମୋଦି ସରକାରଙ୍କ ଉପରେ ଆରୋପ ଲଗାଇ ବର୍ଷିଛନ୍ତି | କହିଛନ୍ତି ଯେ ଭାରତ ସରକାର ଏମ୍ପାୱାର୍ଡ଼ ଗ୍ରୁପ ଦ୍ୱାରା ୨୦୨୦ ମାର୍ଚ୍ଚରେ ଅକ୍ସିଜେନ ଅଭାବ ନେଇ ଚେତାଇବା ସତ୍ତ୍ୱେ ସରକାର ଅକ୍ସିଜେନ ବିଦେଶ ପଠାଉଥିଲେ। କଂଗ୍ରେସ ପ୍ରବକ୍ତା ଫେସବୁକରେ ଏ ସମ୍ବନ୍ଧରେ ଏକ ବ୍ଲଗ ପୋଷ୍ଟ କରିଛନ୍ତି। ପୋଷ୍ଟ ଅନୁସାରେ ୨୦୨୦ ମାର୍ଚ୍ଚରେ ଭାରତ ସରକାରଙ୍କ ଏମ୍ପାୱାର୍ଡ଼ ଗ୍ରୁପ ଅକ୍ସିଜେନ ଉପଲବ୍ଧ କରାଇବାକୁ ଚେତାଇଥିଲା। ତଥାପି ମୋଦି ସରକାର ୨୦୨୦ ଏପ୍ରିଲ ରୁ ୨୦୨୧ ଜାନୁଆରୀ ମଧ୍ୟରେ ୯୨୯୪ ମାଟ୍ରିକ ଟନ ଅକ୍ସିଜେନ ବିଦେଶ ପଠାଇଛନ୍ତି। ଏପ୍ରିଲ ୧୬ ରେ ମୋଦି ସରକାର କହୁଛନ୍ତି ଯେ ସେ ୫୦ ହଜାର ମାଟ୍ରିକ ଟନ ଅକ୍ସିଜେନ ଆମଦାନୀ କରିବେ। ଏଠାରେ ସେ ପ୍ରଶ୍ନ ଉଠାଇଛନ୍ତି ଯେ, ୨୦୧୧ ଏପ୍ରିଲରେ ଅକ୍ସିଜେନ ଆମଦାନୀ ଅର୍ଡର ଦେଉଥିଲେ ଯଦି ୨୦୨୦ ଏପ୍ରିଲ ରୁ ୨୦୨୧ ଜାନୁଆରୀ ମଧ୍ୟରେ ୧୦ ହଜାର ମାଟ୍ରିକ ଟନ ଅକ୍ସିଜେନ ବିଦେଶ କାହିଁକି ପଠାଇଥିଲେ | ବ୍ଲଗ ଜରିଆରେ କଂଗ୍ରେସ ପ୍ରଶ୍ନ କରିଛନ୍ତି ଯେ ସରକାରଙ୍କ ୫୦ ହଜାର ମାଟ୍ରିକ ଟନ ଅକ୍ସିଜେନ କେବେ ଆସିବ ଓ କେବେ ମିଳିବ | ଅକ୍ସିଜେନ ଅଭାବରେ ଜୀବନ ହାରିଥିବା ରୋଗୀଙ୍କ ପରିବାର ଓ ବର୍ତ୍ତମାନ ଜୀବନ ସହ ଲଢ଼ୁଥିବା ରୋଗୀଙ୍କୁ କଣ କହିବେ | ବୋଧହୁଏ ମୋଦି ଜି ୧୮ ଘଣ୍ଟା ପରିଶ୍ରମ କରି ସମ୍ଭବତଃ ୬ ମାସରେ ଅକ୍ସିଜେନ ମଗାଇବେ। ସେପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ବସିବା | ସୁରଜେଵାଲାଙ୍କ ଅନୁଯାୟୀ, ସରକାର ୨୦୨୦ ଅକ୍ଟୋବର ୨୧ ରେ PM CARE Fund ରୁ ଦେଶର ୧୫୦ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ଲଗାଇବାକୁ ଟେଣ୍ଡର ଜାରି କରିଥିଲେ। କିନ୍ତୁ ୬ ମାସ ପରେ ବି ତାର କିଛି ପତ୍ତା ନାହିଁ। ସେ କହିଛନ୍ତି, ଏବେ ୨୦୨୧ ଏପ୍ରିଲ ୬ରେ ଆଉ ୧୦୦ ନୂଆ ଅକ୍ସିଜେନ ପ୍ଲାଣ୍ଟ ଲଗାଇବାକୁ ଘୋଷଣା କରିଛନ୍ତି। ତୃତୀୟ କରୋନା ଲହର ଆସିଲେ ତୃତୀୟ ଘୋଷଣା ହେବ। ସୁରଜେଵାଲା କହିଛନ୍ତି, ବାସ ଟିଭି ଦେଖି ମୋଦି ସରକାରଙ୍କ ଗୁଣଗାନ କରନ୍ତୁ ଯେ ମୋଦି ବଢିଆ କାମ କରୁଛନ୍ତି। ମୋଦିଙ୍କୁ ଆକ୍ଷେପ କରି ସେ କହିଛନ୍ତି ୧୮ ଘଣ୍ଟା କାମ କରୁଥିବା ଦେଶର ସରକାର ଅକ୍ସିଜେନ ଟ୍ରାନ୍ସପୋର୍ଟ କରୁଥିବା ଟ୍ୟାଙ୍କର ମଧ୍ୟ ଯୋଗାଡ କରିନାହାନ୍ତି। ନା ଅକ୍ସିଜେନ ବୋହୁଥିବା ଜମ୍ବୋ ବା ଡୟୁରା ସିଲିଣ୍ଡର ଉପଲବ୍ଧ। ନା ବର୍ଷେରେ ହସ୍ପିଟାଲମାନଙ୍କରେ ଅକ୍ସିଜେନ ଷ୍ଟୋର କରିବାର କ୍ଷମତା ବଢାଇଲେ। ସୁରଜେଵାଲା କହିଛନ୍ତି, ମୋଦି ସରକାର କୃଷକଙ୍କ ରୋଜଗାର ଛଡେଇନେବା, ଦୋକାନ ବନ୍ଦ କରିବା, ଅର୍ଥ ବ୍ୟବସ୍ଥା ବୁଡ଼େଇବା, ରୋଜଗାର ଛଡେଇନେବାରେ ବ୍ୟସ୍ତ ଥିଲେ। ସେଥିପାଇଁ ଅକ୍ସିଜେନ ଆମଦାନୀ ହୋଇପାରୁନାହିଁ। ମୋଦି ଓ ବିଜେପି ସରକାର ଥିଲେ ଏସବୁ ସମ୍ଭବ। ସେ ମିଡ଼ିଆ ରିପୋର୍ଟ ମଧ୍ୟ ସେୟାର କରିଛନ୍ତି। ଏହି ରିପୋର୍ଟ ଅନୁସାରେ ୨୦୨୧ ରେ ଭାରତ ୯୩୦୦ ମାଟ୍ରିକ ଟନ ଅକ୍ସିଜେନ ରପ୍ତାନି କରିଥିଲେ।

Breaking News