Report Card Odisha

| Daily Odia News

ପୂର୍ବ-ପଶ୍ଚିମ ଯାତ୍ରା କରିବ ଭାରତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସଫଳ ହେବା ପରେ ଏବେ ଆଉ ଏକ ପଦଯାତ୍ରା କରିବାକୁ ଯାଉଛି। ଏହି ଯାତ୍ରା ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମରେ ସରିବ। ଏନେଇ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ ସୂଚନା ଦେଇଛନ୍ତି। ଜୟରାମ ରମେଶଙ୍କ କହିବାନୁସାରେ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ସଫଳତାର ସମାପ୍ତି ପରେ କଂଗ୍ରେସ ବର୍ତ୍ତମାନ ପୂର୍ବ-ପଶ୍ଚିମ ଯାତ୍ରା ଉପରେ ବିଚାର କହିଛନ୍ତି। ସବୁଠାରୁ ଦୀର୍ଘତମ ପଦଯାତ୍ରା ଭାରତ ଯୋଡ଼ା ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ କରାଯାଇଥିଲା। ତେବେ ପୂର୍ବରୁ ପଶ୍ଚିମ ଯାତ୍ରା ଅରୁଣାଚଳ ପ୍ରଦେଶର ପଶିଘାଟରୁ ଆରମ୍ଭ ହୋଇ ଗୁଜୁରାଟର ପୋରବନ୍ଦର ପର୍ଯ୍ୟନ୍ତ କରାଯିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରାକୁ ରାହୁଲ ଗାନ୍ଧିଙ୍କୁ ବଡ଼ ସଫଳତା ମିଳିଛି। ଏହି ପଦଯାତ୍ରା ଆରମ୍ଭରୁ ଫ୍ଲପ ହେବ ବୋଲି ଆକଳନ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। କାରଣ ଏହି ପଦଯାତ୍ରାରେ ସମାଜର ସବୁ ବର୍ଗର ଲୋକେ ସାମିଲ ହେବା ସହ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ରାହୁଲ ଗାନ୍ଧିଙ୍କ ସହ ପାଦରେ ପାଦ ମିଶାଇ ଯାତ୍ରାରେ ସାମିଲ ହୋଇଥିଲେ। ଦେଶର ଅର୍ଥନୈତିକ, ରାଜନୈତିକ, ଇତିହାସ ,କଳା-ସିନେମା କ୍ଷେତ୍ରରେ ବହୁ ପ୍ରତିଷ୍ଟିତ ବ୍ୟକ୍ତି ଏହି ଯାତ୍ରାରେ ନିଜକୁ ଯୋଡ଼ିଥିଲେ । ତେବେ ଏଥିରେ ଗୋଟେ ପ୍ରକାର ରାହୁଲ ଗାନ୍ଧିଙ୍କୁ ରାଜନୈତିକ ଫାଇଦା ମିଳିଥିବା କୁହାଯାଉଛି। ଏହି ଭାରତ ଯୋଡ଼ି ଯାତ୍ରା ମଧ୍ୟରେ ଗୁଜରାଟ କଂଗ୍ରେସ ପକ୍ଷରୁ ହାତ ସେ ହାତ ଯୋଡ଼ୋ ଯାତ୍ରା କରାଯାଇଥିଲା । ବେକାରୀ, ଦରବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପଦଯାତ୍ରା କରିଥିଲା । ତେବେ ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ରାହୁଲ ଗାନ୍ଧି ପୁଣି ଥରେ ବିରାଟ ପଦଯାତ୍ରା କରିବା ନେଇ ଯୋଜନାରେ ଅଛନ୍ତି।

Breaking News