ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍ କରି ଆଗତ ପିଟିସନ୍ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍ କରି ଆଗତ ସମସ୍ତ ପିଟିସନ୍ ଖାରଜ କରାଗଲା ବୋଲି ମୁଖ୍ୟ ବିଚାରପତି ସତୀଶଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣିୟମ୍ ପ୍ରସାଦ ରାୟ ଘୋଷଣା କରିଛନ୍ତି। ଏହି ପିଟିସନ୍ ସବୁର ଶୁଣାଣି କରାଯାଇ ଗତବର୍ଷ ଡିସେମ୍ବର ୧୫ ତାରିଖରେ ରାୟ ସଂରକ୍ଷଣ କରି ରଖାଯାଇଥିଲା। ଅଦାଲତ କହିଛନ୍ତି ଯେ, ଜାତୀୟ ସ୍ବାର୍ଥ ଏବଂ ସଶସ୍ତ୍ର ସେନା ଉତ୍ତମରୂପେ ସମର୍ଥ ବୋଲି ସୁନିଶ୍ଚିତ ହେବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଦାଏର କରାଯାଇଥିବା ସମୁଦାୟ ୨୩ଟି ପିଟିସନ୍ରୁ ୫ଟିରେ ‘ଅଗ୍ନିପଥ ଯୋଜନା’ ଚାଲେଞ୍ଜ୍ କରାଯାଇଥିଲା । ବାକି ୧୮ଟି ପିଟିସନ୍ରେ ସେନାର ପୁରାତନ ଭର୍ତ୍ତି ଯୋଜନା ଅନୁଯାୟୀ ନିଯୁକ୍ତି ମିଳୁ ବୋଲି ନିବେଦନ କରାଯାଇଥିଲା । ଅଦାଲତ ସବୁ ପିଟିସନ୍ଗୁଡ଼ିକୁ ଖାରଜ କରିଛନ୍ତି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..