Report Card Odisha

| Daily Odia News

କଂଗ୍ରେସ-ବିଜେପି ମଧ୍ୟରେ ରହିଛି ଭିତିରି ସମ୍ପର୍କ: ମମତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ-ବିଜେପି ଉପରେ ବର୍ଷିଛନ୍ତି ମମତା ବାନର୍ଜୀ | ଏବେଠୁ ଆରମ୍ଭ ହୋଇ ଯାଇଛି ବିରୋଧୀଙ୍କ ରଣନୀତି। ଲୋକସଭା ନିର୍ବାଚନରେ କଂଗ୍ରେସ ମମତା ବାନାର୍ଜୀଙ୍କୁ ବିରୋଧୀଙ୍କ ଚେହେରା କରିବାକୁ ମନା କରିବାରୁ ତୃଣମୂଳ କଂଗ୍ରେସର ପ୍ରମୁଖ ଦେଶର ଏହି ପୁରାତନ ଦଳ ପ୍ରତି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏପରି କି ଟିଏମସି କଂଗ୍ରେସଠୁ ଦୂରେଇ ଯାଇଛି। ମୋଦୀ ଓ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଜୁଟିଥିବା ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଓ ବିଜେପି ହାତ ମିଳାଇଛନ୍ତି। ଏହି ଦୁଇ ଜାତୀୟ ରାଜନୈତିକ ଦଳର ଭିତିରି ସଂପର୍କ ରହିଛି। ଭବାନୀପୁରରୁ ଉପ ନିର୍ବାଚନ ଲଢୁଥିବା ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି, ମୁଁ ସିପିଏମ ବିରୋଧରେ ୩୦ ବର୍ଷ ଲଢେଇ କଲି। ମୁଁ କଂଗ୍ରେସ ପାର୍ଟି ଏଥିପାଇଁ ଛାଡିଲି କାରଣ ସିପିଏମ ସହ ଏହି ଦଳର ସଂପର୍କ ଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଏହି ଦଳ ବିଜେପି ସହ ମଧ୍ୟ ଭିତିରି ସଂପର୍କ ରଖିଛି। କିନ୍ତୁ ଆମେ ବିଜେପିକୁ ଦେଶରୁ ବିଦା କରିବାକୁ ପ୍ରତିଶ୍ରୁତି ଦେଇଛୁ। ଉଲ୍ଲେଖନୀୟ ଗତ ଦିନରେ ତୃଣମୂଳ କଂଗ୍ରେସ ବୟାନ ଦେଇଥିଲା ଯେ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଳ୍ପ ହୋଇ ପାରି ନାହାନ୍ତି। ଏଥିପାଇଁ ମମତା ବାନାର୍ଜୀଙ୍କୁ ବିରୋଧୀଙ୍କ ଚେହେରା କରାଯାଉ। ମାତ୍ର କଂଗ୍ରେସ ପାର୍ଟି ଏହାକୁ ସଂପୂର୍ଣ୍ଣ ଭାବେ ଖାରଜ କରିଥିଲା। ମମତା ବାନାର୍ଜୀ କହିଛନ୍ତି, ବିଜେପି ଦେଶକୁ ବିକ୍ରି କରୁଛି। ପଶ୍ଚିମବଙ୍ଗରେ ହାରିବା ପରେ ମଧ୍ୟ ଏହି ପାର୍ଟିରେ ଲଜ୍ଜା ବୋଲି କିଛି ନାହିଁ। ଏଜେନ୍ସିକୁ ପଠାଉଛନ୍ତି, ଚିନ୍ତା କରୁଛନ୍ତି ଯେ, ତାଙ୍କ ବିରୋଧରେ କେହି ମୁହଁ ଖୋଲି ପାରିବେ ନାହିଁ। ବିଜେପି ଗୁଜରାଟକୁ ସଂପୂର୍ଣ୍ଣ ବରବାଦ କରିଦେଲା। କିନ୍ତୁ ଆମେ ଦେଶକୁ ବଞ୍ଚାଇବାକୁ ଚାହୁଁ ବୋଲି ମମତା କହିଛନ୍ତି।

Breaking News