ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୃଷି ଆଇନକୁ ବିରୋଧକରି ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଭାରତ ବନ୍ଦର ପ୍ରଭାବ ବେଙ୍ଗାଲୁରୁରେ ମଧ୍ୟ ନଜର ଆସିଛି । ଏହି ସମୟରେ ଗାଡ଼ି ମଟର ଆଂଶିକ ଯିବା ଆସିବା କରୁଥିଲା । ଏହା ସହିତ ଦୋକାନ ବଜାର କାଁ ଭାଁ ଖୋଲା ରହିଥିଲା । ତେଣୁ ପୋଲିସ୍ ମାନେ ମଧ୍ୟ ଏହି ସମୟରେ ଜରୁରୀ ପଦକ୍ଷେପ ଗ୍ରହଣ କରି ସବୁ ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସ୍ ନଜର ରଖିଥିଲା । ତେବେ ଏହାରି ମଧ୍ୟରେ ପ୍ରଦର୍ଶନକାରୀ ମାନେ ଡିସିପି ଧର୍ମେନ୍ଦ୍ର ମୀଣାଙ୍କ ପାଦ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି । ବେଙ୍ଗାଲୁରୁ ଡିସିପି ଧର୍ମେନ୍ଦ୍ର ମୀଣା ସୋମବାର ଦିନ ପ୍ରୋଟେଷ୍ଟ ସମୟରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଏକ ବଡ଼ ଦୁର୍ଘଟଣାରୁ ସେ ବର୍ତ୍ତି ଯାଇଛନ୍ତି । ଆନ୍ଦୋନଳ କୁ ନିୟନ୍ତ୍ରଣ କରିବା ନେଇ ପ୍ରସ୍ତୁତି କରିବା ଭିତରେ ଗୋଟିଏ ଗାଡ଼ି ତାଙ୍କ ପାଦ ଉପରେ ଚଢ଼ି ଯାଇଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ପୋଲିସ୍ ମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତାଙ୍କୁ ଠିକ୍ ସମୟରେ ବଞ୍ଚାଇ ଦେଇଥିଲେ । ତେବେ ତାଙ୍କର କୌଣସି ବଡ଼ ଧରଣର ଦୁର୍ଘଟଣା ହୋଇନି । ଏବେ ସେ ସୁସ୍ଥ ଅଛନ୍ତି । ତେବେ ଗାଡ଼ି ଚଲାଉଥିବା ବ୍ୟକ୍ତିକୁ ପୋଲିସ୍ କାବୁ କରିଛି ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..