ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବରେ ଭୁଶୁଡି ଯିବ କି କଂଗ୍ରେସ | ଥମିବାର ନାଁ ନେଉନି ପଞ୍ଜାବ କଂଗ୍ରେସର କନ୍ଦଳ | ବର୍ତ୍ତମନ ସୂଚନା ଅନୁସରେ -ଦଳ ଛାଡିବାକୁ ସ୍ଥିର କରିଛନ୍ତି ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ| ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି | କ୍ୟାପଟେନ୍ ଅମରିନ୍ଦର ନିଜେ ସ୍ପଷ୍ଟ କରିଛନ୍ତି କି ସେ ଆଉ ଦଳରେ ରହିବେ ନାହିଁ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି। ଅମରିନ୍ଦର ସିଂ କହିଛନ୍ତି ଯେ ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। କୌଣସି ପ୍ରକାର ଅପମାନକୁ ସହ କରିପାରିବେ ନାହିଁ ବୋଲି କ୍ୟାପଟେନ୍ ଗତକାଲି କହିଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ବିଧାନସଭା ପାର୍ଟିର ବୈଠକକୁ ମତେ ଡ଼କାଯାଇନଥିଲା କି ଖବର ବି ଦିଆଯାଇନଥିଲା। ଏହାସହ ଦଳ ଅଣଦେଖା ମଧ୍ୟ କରିଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନେଇ ସ୍ପଷ୍ଟ ମଧ୍ୟ କରିଥିଲି। ମୁଁ ଯେଉଁ ନିଷ୍ପତ୍ତି ନେଇଛି ତାହା ପୂର୍ବରୁ ଅନେକ ଥର ଭାବିଛି ଆଉ ଏହି ନିଷ୍ପତ୍ତି ନେଇଛି ବୋଲି ଅମରିନ୍ଦର କହିଛନ୍ତି। ଏହାସହ ସେ କହିଛନ୍ତି ଯଦି ମୋ ଉପରେ ଦଳର ବିଶ୍ୱାସ ନାହିଁ ତେବେ ମୁଁ ଏ ଦଳରେ କାହିଁକି ରହିବି ବୋଲି କ୍ୟାପଟେନ୍ ପ୍ରଶ୍ନ କରିଥିଲେ।
More Stories
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ଆଦାନୀଙ୍କ ନିୟନ୍ତ୍ରଣରେ ମୋଦୀ…..