ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶାର ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ଆଜି ସୋନିଆ ଗାନ୍ଧୀଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି | ନବରଙ୍ଗପୁରର ପୂର୍ବତନ ସାଂସଦ ଥିଲେ ପ୍ରଦୀପ | ଅତି ଦୁଃଖ ଓ କଷ୍ଟର ସହ ନିଷ୍ପତ୍ତି ନେଇଥିବା ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସ୍ଥିତି କଂଗ୍ରେସ ପାଇଁ ଅତ୍ୟନ୍ତ ଚିନ୍ତା ଜନକ | ପୂର୍ବରୁ ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା | ଏବେ କଂଗ୍ରେସ ରୁ ଇସ୍ତଫା ଦେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଉଲ୍ଲେଖ ଯୋଗ୍ୟ -ଗତ ୧ ତାରିଖରେ ପିସିସି କାର୍ଯ୍ୟକାରୀ ସଭାପତି ଭକ୍ତ ଦାସ ଓ ପ୍ରଦୀପ ମାଝୀ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ | ଦଳର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା | ଏହା ପରେ ପ୍ରଦୀପ କଂଗ୍ରେସ ଛାଡ଼ିବେ ନାହିଁ ବୋଲି କହିଥିଲେ | ହଟାତ ପ୍ରଦୀପଙ୍କ ମନ ପରିବର୍ତ୍ତନ ହେଲା , ଯାହାକି ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । ସେ କହିଛନ୍ତି ଯେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ଇସ୍ତଫା ଦେଉଛନ୍ତି । ଯଦି ପ୍ରଦୀପ ଜନସେବା କରିଥାନ୍ତେ, ତେବେ ୨ଥର ହାରିଲେ କାହିଁକି ବୋଲି ତାରା ବାହିନୀପତି କହିଛନ୍ତି । ଅନ୍ୟପକ୍ଷରେ ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……