ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସାଂସଦମାନଙ୍କ ସହ ଏକ ବୈଠକ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହୋଇଥିବା ଏହି ବୈଠକରେ ମୋଦୀ କହିଛନ୍ତି, କଂଗ୍ରେସର ବଂଶବାଦ ରାଜନୀତି ପାଇଁ ବରିଷ୍ଠ ଏନ୍ସିପି ନେତା ଶରଦ ପାୱାର ପ୍ରଧାନମନ୍ତ୍ରୀ ହୋଇପାରିଲେନି। କିନ୍ତୁ ବିଜେପି କଂଗ୍ରେସ ଭଳି ଅହଙ୍କାରୀ ନୁହେଁ। ତେଣୁ ଏହା କ୍ଷମତାରେ ରହିବ। ୨୦୧୪ରେ ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବା ସମୟର କଥା କହିଛନ୍ତି। ପ୍ରଣବ ମୁଖାର୍ଜୀ ତାଙ୍କୁ କହିଥିଲେ ଯେ ବିଜେପି ଦଳ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଏବଂ ଆପଣଙ୍କ ନାଁରେ ବିପୁଳ ସଂଖ୍ୟାଗରିଷ୍ଠତା ପାଇଲା। ଏହା ପ୍ରଥମ ଥର ପାଇଁ ହେଲା। ଜନସାଧାରଣ ଆପଣଙ୍କୁ ବାଛିଥିଲେ, କାରଣ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିବା ଦ୍ବାରା କେବେ ବି ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଶରଦ ପାୱାର ବିଜେପିକୁ ଆଡ଼କୁ ଢଳୁଛନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଟିପ୍ପଣୀକୁକୁ ନେଇ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ, ଶରଦ ପାୱାର ୧୯୯୯ରେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ। ସୋନିଆ ଗାନ୍ଧିଙ୍କ ବିଦେଶ ନାଗରିକତାକୁ ବିରୋଧ କରି ସେ ଦଳ ଛାଡ଼ିଥିଲେ। ଏହାପରେ ସେ ଏନ୍ସିପି ଦଳ ଗଢ଼ିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଉଦ୍ଧବ ଠାକ୍ରେଙ୍କ ଶିବସେନା ଦଳ ଉପରକୁ ବର୍ଷିଛନ୍ତି। କହିଛନ୍ତି , ଆମେ ଶିବସେନା ସହ ମେଣ୍ଟ ଭାଙ୍ଗିନୁ ବରଂ ସେମାନେ ମେଣ୍ଟ ଭାଙ୍ଗିଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……