ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ନେତା ପ୍ରଦୀପ ମାଝୀ ଦଳ ଛାଡିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତିବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଛନ୍ତି ଯଦି ତାଙ୍କର ଦଳ ଛାଡିବାର ଅଛି , ତେବେ ତୁରନ୍ତ ଛାଡ଼ନ୍ତୁ । ନହେଲେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରି ଦଳ ଭିତରେ ରୁହନ୍ତୁ । କଂଗ୍ରେସ ଦଳରେ ବହୁ ଆଦିବାସୀ ନେତା ଅଛନ୍ତି । ଦଳ ଛାଡିବା ଲୋକ ଗଲେ ନୂଆ କଂଗ୍ରେସ ତିଆରି ହେବ । ଏହା ସହିତ ପିପିଲି ଉପ-ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ। ସେ କହିଛନ୍ତି ଯେ, ପିପିଲିରେ ଦଳ ହାରିବା ପଛରେ ପ୍ରଦୀପ ମାଝି ହିଁ ଦାୟୀ । ପ୍ରଦୀପଙ୍କ ପ୍ରଚାର ଯୋଗୁଁ କିଛି ଭୋଟ ବିଜେଡ଼ିକୁ ଚାଲିଯାଇଛି । ଯାହାଫଳରେ ଦଳ ହାରିବାର ସମ୍ଭାବନା ରହିଛି । ସେପଟେ ଶାସକ ଦଳ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପିପିଲିରେ ବିଜେଡି ୧୨ କୋଟି ଟଙ୍କା ବାଣ୍ଟିଛି । ଭୋଟର ପିଛା ୩ ହଜାର ଟଙ୍କା ଦିଆଯାଇଛି । ଜଣେ ମନ୍ତ୍ରୀ ଓ ବିଜେଡି ବିଧାୟକ ମୋତେ ଆଟାଚିରେ ଭର୍ତି ଥିବା ଟଙ୍କା ଦେଖେଇଛନ୍ତି । ବିଜେଡି ଜିତିଲେ ବି, ବିଜେଡି-ବିଜେପି ଭିତରେ ଭୋଟ ବ୍ୟବଧାନ କମ୍ ରହିବ ବୋଲି କଂଗ୍ରେସ ବିଧାୟ ସୁରେଶ କୁମାର ରାଉତରାୟ କହିଛନ୍ତି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..