ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତକୁ ଦୁର୍ବଳ କରିବା ପାଇଁ ଚାଲିଥିବା ବୈଶ୍ବିକ ଷଡ଼୍ଯନ୍ତ୍ରରେ କଂଗ୍ରେସ ଓ ତା’ର ସହଯୋଗୀମାନେ ସାମିଲ ଅଛନ୍ତି। ଦେଶବାସୀଙ୍କୁ ଏ ନେଇ ସତର୍କ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ହରିୟାଣା ବିଜୟ ବିଜେପି କର୍ମୀମାନଙ୍କ କଠିନ ପରିଶ୍ରମର ଫଳ। ହରିୟାଣା ବିଜୟ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏବଂ ହରିୟାଣା ଟିମ୍ର ଉଦ୍ୟମର ବିଜୟ। ହରିୟାଣା ବିଜୟ ମଧ୍ୟ ଆମ ନମ୍ର ଏବଂ ଉଦାର ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟର ବିଜୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହରିୟାଣାରେ ଅପ୍ରତ୍ୟାଶିତ ବିଜୟ ପାଇଁ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇ ମୋଦୀ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ମୋଦୀ କହିଛନ୍ତି, ହରିୟାଣା ରାଜ୍ୟ ବିଜେପିକୁ ଲଗାତାର ତୃତୀୟ ଥର ଜିତାଇ ଏକ ଇତିହାସ ରଚିଛି। ୧୯୬୬ରେ ହରିୟାଣା ରାଜ୍ୟ ଗଠନ ହେଲା। ସେବେଠାରୁ ହରିୟାଣାରେ ୧୩ ଥର ନିର୍ବାଚନ ହୋଇଛି। ୧୦ଟି ନିର୍ବାଚନରେ ଲୋକେ ସରକାର ବଦଳାଇଛନ୍ତି। କିନ୍ତୁ ଗତ ୩ଟି ନିର୍ବାଚନରେ ଏହା ହୋଇନାହିଁ। ପ୍ରଥମ ଥର ପାଇଁ ଏକ ସରକାର ୨ଟି କାର୍ଯ୍ୟକାଳରେ ରହିବାପରେ ଲଗାତାର ତୃତୀୟ ଥର ପାଇଁ ଜିତିଲା। ମୋଦୀ କହିଛନ୍ତି, ହରିୟାଣାର ଲୋକମାନେ କେବଳ ଆମକୁ ଜିତାଇନାହାନ୍ତି , ବରଂ ସେମାନେ ଆମକୁ ଅଧିକ ଆସନ ଏବଂ ଅଧିକ ଭୋଟ୍ ସେୟାର ପ୍ରଦାନ କରିଛନ୍ତି। ରାଜ୍ୟରେ ତୃତୀୟ ଥର ପାଇଁ ଆମକୁ ନିର୍ବାଚିତ କରି ଲୋକ ଇତିହାସ ଲେଖିଛନ୍ତି। ମିଛ ବଦଳରେ ବିକାଶର ଗ୍ୟାରେଣ୍ଟି ବଜାୟ ରହିଲା। ମୋଦୀ କହିଛନ୍ତି, ଆଜି ନବରାତ୍ରୀର ଷଷ୍ଠ ଦିନରେ ହରିୟାଣାରେ ତୃତୀୟ ଥର ପାଇଁ ପଦ୍ମ ଫୁଟିଲା। ଗୀତା ମାଟିରେ ସତ୍ୟ, ବିକାଶ ଏବଂ ସୁଶାସନର ବିଜୟ ହେଲା। ମୋଦୀ ମଧ୍ୟ ଜମ୍ମୁ କଶ୍ମୀର ବିଜୟ ପାଇଁ କଂଗ୍ରେସ-ଏନ୍ସି ମେଣ୍ଟକୁ ଶୁଭେଚ୍ଛା ଜଣାଇଛନ୍ତି।






More Stories
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..