ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ ହୋଇଛନ୍ତି | ଏକ ଟିଭି ସୋରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ତଥା ଆଡଭୋକେଟ କୌତ୍ସବ ବାଗଚି ଙ୍କୁ ଗିରଫ ହୋଇଥିବା ଜଣାପଡିଛି । କୌତ୍ସଭଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କୋଲକାତାର ବୁରତୋଲା ପୋଲିସ ଷ୍ଟେସନ୍ରେ ଏକ ଅଭିଯୋଗ ହୋଇଥିଲା। କୌତ୍ସବ ଦୀର୍ଘଦିନ ଧରି ମମତାଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ରଖିଆସୁଛନ୍ତି। ଯାହା ଅନେକଥର ବିବାଦ ମଧ୍ୟ ସୃଷ୍ଟି କରିଛି। ଅଭିଯୋଗକୁ ଆଧାର କରି ପୋଲି ସ ଏକ ଏତଲା ମଧ୍ୟ ରୁଜୁ କରିଛି। ବୁରତୋଲା ପୋଲିସ ଅଧିକାରୀ ପହଞ୍ଚି ବାରାକପୁରରେ ରହୁଥିବା କୌତ୍ସବଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କୁ ଦୀର୍ଘ ସମୟ ଧରୀ ଜେରା କରାଯାଇଥିଲା। ଶନିବାର ସକାଳେ କୌତ୍ସବକୁ ଗିରଫ କରାଯାଇଛି।






More Stories
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଗିରଫ ଛାତ୍ରଙ୍କୁ ମୁକ୍ତ କର…..
କଙ୍ଗନାଙ୍କ ବୟାନର ଜବାବ ରଖିଲା CJP…..
ଜାପାନରେ ଭୂକମ୍ପ:ସୁନାମି ଚେତାବନୀ…..