ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବଡ ଘୋଷଣା କରିଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି | ତାଙ୍କ ସାନ ପୁଅ ନିର୍ବାଚନ ଲଢ଼ିବେ | ଆଜି ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀକରି କହିଛନ୍ତି କି ମୁଁ ଆଉ ଲଢିବିନି ନିର୍ବାଚନ । ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ ନିର୍ବାଚନ ।ମୋତେ ୮୦ ହେଲାଣି । ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ । ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ ।ସେପଟେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ପ୍ରସଙ୍ଗରେ ମତ ରଖିଛନ୍ତି ସୁର । ସେ କହିଛନ୍ତି ମୋ ପୁଅ ସିଦ୍ଧାର୍ଥ ରାଉତରାୟ ପାହାଡ଼ ଚଢି ରେକର୍ଡ କରିଛି । ତା ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲି । ଭଲ ଆଲୋଚନା ହେଲା । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଜାଣି ଖୁସି ହେଲେ ଆଶ୍ଚର୍ଯ୍ୟ ବି ହେଲେ । କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ନେଇ ସୁର ରାଉତରାୟ କହିଛନ୍ତି। ସୂଚନା ଅନୁସାରେ- ଗତକାଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଏହାକୁ ନେଇ ରାଜନୈତକ ଚର୍ଚ୍ଚା ଜୋର ଧରିଥିଲା |






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..