ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ଧରଣର ଅଦଳବଦଳ। କିଛିଦିନ ହେବ ଦଳ ଭିତରେ ଅନ୍ତଃକନ୍ଦଳ ଲାଗିରହଇଛି | ବିଧାୟକଙ୍କ ଦିଲ୍ଲୀ ଡାକରା ରାଜ୍ୟ କଂଗ୍ରେସରେ କଳି ଥମିବା ନେଇ ଚର୍ଚ୍ଚା ହେଉଛି | ମେ ୫ ତାରିଖରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ହୋଇଛି। ଦିଲ୍ଲୀରେ ରାଜ୍ୟ କଂଗ୍ରେସର ସମସ୍ତ ବିଧାୟକ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ସେମାନଙ୍କ ସହ ଆଲୋଚନା କରିବେ ବୋଳି କୁହାଯାଉଛି । ତାହାଛଡ଼ା ଦଳରେ ଲାଗି ରହିଥିବା ପିସିସି ସଭାପତି ଚୟନ ଉପରେ ଏହି ଡାକରା ରୋକ୍ ଲାଗାଇପାରେ । କାରଣ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବା ପରେ ନୂତନ ପିସିସି ସଭାପତି ଚୟନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଧାୟକ ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଥିବା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି ।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..