ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି କ୍ରାନ୍ତି ଦିବସ | ଏହି ଅବସରରେ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁଯାୟୀ ଏହି ପାଦ ଯାତ୍ରା ଆରମ୍ଭ ହେବ | ୬ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ଚାଲିବ। ଦିନକୁ ୭୫ କି.ମିର ପଦଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସ ସବୁ କର୍ମୀ , ନେତୃବୃନ୍ଦ ଓ ଶୁଭେଚ୍ଛୁମାନେ ଏହି ପଦଯାତ୍ରାରେ ସାମିଲ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଏ ଅଭିଯାନ ଆମର । ଆମେ ଜାଣିଛୁ ବିଜେପି ଆଉ ବିଜେଡି ଏକ । ଆଉ ଦୀର୍ଘ ବର୍ଷ ହେଲାଣି ସେମାନେ ଲୋକ ମାନଙ୍କୁ କେବଳ ଠକୁଛନ୍ତି । କିନ୍ତୁ ଓଡ଼ିଶାର ଜନ ସମାଜ ଏହା ଜାଣି ସାରିଲାଣି ଏ ସରକାର କେବଳ ପ୍ରତିଶୃତି ଦିଅନ୍ତି କିନ୍ତୁ ତାକୁ କାର୍ଯ୍ୟକାରୀ କରନ୍ତି ନାହିଁ । ତେଣୁ ଆମେ ଲୋକ ମାନଙ୍କ ପାଖରେ ପହଁଚିବୁ ତାଙ୍କ ସମସ୍ୟା ସୁବିଧା ପଚାରି ବୁଝିବୁ ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..